ହସ୍ପିଟାଲର ନିସ୍ତବ୍ଧତାରେ ବାପାଙ୍କ କଥା ମନେ ପକାଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ : ସେୟାର କଲେ ଭିଡିଓ

Published By : Prameya-News7 Bureau | July 27, 2020 IST

ମୁମ୍ବାଇ ୨୭/୭: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ହସ୍ପିଟାଲରୁ ଅମିତାଭ ବଚ୍ଚନ ପ୍ରତିଦିନ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ ଭିଡିଓ କିମ୍ବା ମ୍ୟାସେଜ ସେୟାର କରୁଛନ୍ତି। ହସ୍ପିଟାଲରେ କରୋନାରେ ଚିକିତ୍ସିତ ହେଉଥିବା ଅମିତାଭ ବଚ୍ଚନଙ୍କୁ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କ କଥା ମନେ ପଡ଼ୁଛି। ସେ ସୋସିଆଲ୍ ମିଡିଆରେ ବାପାଙ୍କ ସ୍ମୃତିରେ ଏକ ପୋଷ୍ଟ୍ ସେୟାର କରୁଛି।

wp:core-embed/twitter {"url":"https://twitter.com/SrBachchan/status/1287424634342608896","type":"rich","providerNameSlug":"twitter","className":""}
https://twitter.com/SrBachchan/status/1287424634342608896
/wp:core-embed/twitter

ଏହି ପୋଷ୍ଟରେ ଏକ ପୁରୁଣା ଭିଡିଓ ରହିଛି। ଭିଡିଓରେ ଅମିତାଭ ବଚ୍ଚନ ବସିଛନ୍ତି ଏବଂ ବାପାଙ୍କ କବିତା ପଢ଼ୁଛନ୍ତି। ବ୍ୟାକଗ୍ରାଉଣ୍ଡରେ ଅମିତାଭଙ୍କ କଣ୍ଠ ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ବାପାଙ୍କ ପ୍ରସିଦ୍ଧ କବିତା ପଢ଼ୁଛନ୍ତି। ଟ୍ବିଟରେ ଅମିତାଭ ଲେଖିଛନ୍ତି- ବାବୁଜୀଙ୍କ କବିତାର କିଛି କ୍ଷଣ। ସେ ଏହିପରି ଗୀତ ଗାଉଥିଲେ କବି ସମ୍ମେଳନୀରେ। ହସ୍ପିଟାଲରେ ଏକାକୀପଣରେ ତାଙ୍କ କଥା ମନେ ପଡ଼ୁଛି ଏବଂ ତାଙ୍କ ଶବ୍ଦରେ ନିଜର ଶୂନ୍ୟତାର ରାତିକୁ ନିଃଶୂନ୍ୟ କରୁଛି।

{"id":306148,"sizeSlug":"large"}

 ଏହା ପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନ ଅନେକ ଥର ନିଜ ବାପାଙ୍କୁ ମନେ ପକାଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ସାରିଛନ୍ତି। ଏବେ ହସ୍ପିଟାଲରେ କରୋନା ଯୁଦ୍ଧ ମଧ୍ୟରେ ମଧ୍ୟ ବିଗ୍ ବିଙ୍କୁ ତାଙ୍କ ବାପାଙ୍କ କଥା ମନେ ପଡ଼ୁଛି। ଅମତାଭ ବଚ୍ଚନ ହସ୍ପିଟାଲରେ ଅଭିଷେକ,ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହ ଭର୍ତ୍ତି ଅଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.