Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଭିଡିଓ ସେୟାର କରି ବିଗ୍ ବି କହିଲେ, ‘ମୋ ପୁଅ ମୋ ଉତ୍ତରାଧିକାରୀ’: ଭାବୁକ ହୋଇଗଲେ ଅଭିଷେକ

2/12/2021 at 4:22 PM

ମୁମ୍ବାଇ ୦୨/୧୨ : ବିଗ ବି ଅମିତାଭ ବଚ୍ଚନ ଜଣେ ଦକ୍ଷ ଅଭିନେତା ସହ ଜଣେ ଆଦର୍ଶ ପିତା ମଧ୍ୟ। ସେ ବହୁ ସମୟରେ ନିଜ ପିତା ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନଙ୍କୁ ମନେପକାନ୍ତି। ପାରିବାରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରୁଥିବା ଅମିତାଭ ବଚ୍ଚନ ନିଜ ପୁଅଝିଅଙ୍କୁ ମଧ୍ୟ ସେହି ସଂସ୍କାର ଦେଇଛନ୍ତି। ସବୁ ପିତା ଭଳି ସେ ମଧ୍ୟ ନିଜ ପୁଅ ଠାରୁ କିଛି ଆଶା ରଖିଛନ୍ତି ଏବଂ ବେଳେବେଳେ ସେ ତାଙ୍କୁ ଗାଇଡ଼ ମଧ୍ୟ କରନ୍ତି। ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ବିଗ ବି ଏକ କବିତା ପଢି ଅଭିଷେକଙ୍କ ଉପରେ ଭରସା ଦର୍ଶାଇଛନ୍ତି। କବିତା ଶୁଣି ଅଭିଷେକ ଭାବୁକ ହୋଇଯାଇଛନ୍ତି।

ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କବିତା ପଢ଼ୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରି ବିଗ ବି ପ୍ରେମ ଓ ବିଶ୍ୱାସରେ ଭରା ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କ ପଂକ୍ତି କ୍ୟାପ୍ସନରେ ଲେଖିଛନ୍ତି, ‘ମୋ ପୁଅ, ପୁଅ ହେବାରୁ ମୋର ଉତ୍ତରାଧିକାରୀ ହେବନାହିଁ। ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋ ପୁଅ ହେବ। ମୋ ପୁଅ, ମୋ ଉତ୍ତରାଧିକାରୀ…ମୋ ଅଭିମାନ।’ ପିତାଙ୍କ ଏହି ପଂକ୍ତି ଶୁଣି ଅଭିଷେକ ବଚ୍ଚନ ଉତ୍ତର ଦେଇଛନ୍ତି, ସ୍ପିଚଲେସ। ଥାଙ୍କ ୟୁ ପାପା। ଏସବୁ ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।

ଅଭିଷେକ ଅମିତାଭ ବଚ୍ଚନଙ୍କ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ବିଗ ବିଙ୍କ ଅନ୍ଦାଜରେ ନିଜ ଜେଜେବାପା ହରିବଂଶ ରାୟ ବଚ୍ଚନଙ୍କ କବିତା ‘ଅଗ୍ନିପଥ’କୁ କୋଟ କରି ରିପ୍ଲାଏ ଦେଇଛନ୍ତି, ଆଉ କଣ ଦରକାର। କିନ୍ତୁ…ତୁ ନା ଥକେଗା କଭୀ, ତୁ ନା ରୁକେଗା କଭୀ, ତୁ ନା ମୁଡେଗା କଭୀ, କର ଶପଥ, କର ଶପଥ, କର ଶପଥ, ଅଗ୍ନିପଥ, ଅଗ୍ନିପଥ, ଅଗ୍ନିପଥ।’

   Related Posts