ବାଲାସାହେବ ଠାକରେଙ୍କ ସମ୍ପର୍କରେ ପ୍ରଶ୍ନବେଳେ ଭାବୁକ ହୋଇଗଲେ ଅମିତାଭ : କହିଲେ ଶିବସେନା ପ୍ରତିଷ୍ଠାତାଙ୍କ ସହ ସାକ୍ଷାତର କଥା

Published By : Prameya-News7 Bureau | November 21, 2020 IST

ମୁମ୍ବାଇ ୨୧/୧୧: କୌନ ବନେଗା କରୋଡ଼ପତି-୧୨ର ଆଜିର କର୍ମବୀର ଏପିସୋଡରେ ଅମିତାଭ ବଚ୍ଚନ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କ ସହ ଜଡ଼ିତ ଏକ ଘଟଣା ସେୟାର କରିଥିଲେ। ଅମିତାଭ ବଚ୍ଚନ ଶୋରେ କହିଥିଲେ ଯେ ଅନେକ ଥର ଲୋକେ ତାଙ୍କୁ ପ୍ରଶ୍ନ କରିଥାନ୍ତି ବାଲାସାହେବ ଏବଂ ତାଙ୍କ ସମ୍ପର୍କ କିପରି ଥିଲା। ଏହା ପରେ ସେ ବାଲାସାହେବଙ୍କ ସହ ସାକ୍ଷାତର ଏକ କାହାଣୀ ଶୁଣାଇଥିଲେ।

{"id":365436,"sizeSlug":"large"}

ସେ କହିଥିଲେ ଯେ ବିବାହ ପରେ ତାଙ୍କୁ ବାଲାସାହେବ ଡକାଇବାରୁ ସେ ଜୟାଙ୍କ ସହ ଯାଇଥିଲେ। ସେଠାରେ ଜୟାଙ୍କୁ ଆଳତୀ କରି ସ୍ବାଗତ କରାଗଲା। ସେବେଠାରୁ ତାଙ୍କର ଏବଂ ବାଲାସାହେବଙ୍କ ସମ୍ପର୍କ ମଜବୁତ ହୋଇଯାଇଥିଲା। ଶୋର ପ୍ରତିଯୋଗୀ ଅନୁରାଧା ଭୋସଲେ ଏବଂ ନାଗରାଜ ମଞ୍ଜୁଲେଙ୍କୁ ବାଲାସାହେବ ଠାକରେଙ୍କ ଉପରେ ଆଧାରିତ ଫିଲ୍ମ ସମ୍ବନ୍ଧିତ ଏକ ପ୍ରଶ୍ନ ପଚରାଯାଇଥିଲା। ଯାହା ପରେ ଅମିତାଭ ବଚ୍ଚନ ଏ କାହାଣୀ ଶୁଣାଇଥିଲେ।

{"id":365437,"sizeSlug":"large"}

ଅନୁରାଧା ଏବଂ ନାଗରାଜଙ୍କୁ ପଚରାଯାଇଥିଲା ଯେ ବାଲ ଠାକରେଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଠାକରେ’ରେ ବାଲାଙ୍କ ଭୂମିକାରେ କିଏ ଅଭିନୟ କରିଥିଲେ? ଦୁହେଁ ତାଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଇ କହିଥିଲେ -ନଓ୍ବାଜୁଦ୍ଦିନ ସିଦ୍ଦିକୀ।      

{"id":365440,"sizeSlug":"large"}

ଅନୁରାଧା ଏବଂ ନାଗରାଜ ଆଜିର କର୍ମବୀର ଏପିସୋଡରେ ୨୫ଲକ୍ଷ ଟଙ୍କାର ଧନରାଶି ଜିତିଥିଲେ। ସମୟ ସମାପ୍ତ ହୋଇଯିବା କାରଣରୁ ସେମାନଙ୍କୁ ଶୋ ମଝିରୁ ହିଁ ଛାଡିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.