Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସୋସିଆଲ ମିଡିଆରେ ଫଟୋ ସେୟାର କଲେ ବିଗ୍ ବି ଅମିତାଭ ବଚ୍ଚନ, ନାତୁଣୀ ନବ୍ୟା ନବେଲୀ ନନ୍ଦା କଲେ ଏପରି କମେଣ୍ଟ

12/03/2021 at 3:36 PM

ନୂଆଦିଲ୍ଲୀ ୧୨/୦୩: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଟ୍ୱିଟର୍ ହେଉ ଅବା ଇନଷ୍ଟାଗ୍ରାମ୍ ସବୁଥିରେ ତାଙ୍କର ଫ୍ୟାନଫଲୋଇଙ୍ଗ୍ ଅଧିକ ରହିଛି । ନିକଟରେ ଅମିତାଭ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା କମେଣ୍ଟ କରିଛନ୍ତି । ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରମରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ କାଉଚ୍ ଉପରେ ବସିଛନ୍ତି ଏବଂ ତାଙ୍କ ସାମ୍ନାରେ ମାଇକ ଥୁଆ ହୋଇଥିବା ଦେଖାଯାଇଛି । ଏହି ସମୟରେ ବିଗ୍ ବି ଟ୍ରାକ୍ ସୁଟ୍ ପିନ୍ଧି ଆରାମ କରୁଛନ୍ତି । ତାଙ୍କର ଏହି ପୋଷ୍ଟରେ ନବ୍ୟା କମେଣ୍ଟ କରିଛନ୍ତି, ‘ଲଭ୍ ୟୁ’ ଏହା ସହିତ ସେ ହାର୍ଟର ଏକ ଇମେଜୀ ମଧ୍ୟ ଦେଇଛନ୍ତି ।

ଅମିତାଭ ନିକଟରେ ତାଙ୍କ ପରିବାରର ସମସ୍ତ ମହିଳାଙ୍କ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ମା ତେଜୀ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ, ପତ୍ନୀ ଜୟା ବଚ୍ଚନ, ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ନାତୁଣୀ ନବ୍ୟା ନବେଲୀ ନନ୍ଦା ଏବଂ ଆରାଧ୍ୟା ବଚ୍ଚନ ନଜର ଆସିଥିଲେ ।

Brahmastra': Amitabh Bachchan shares a picture with Ranbir Kapoor; fans  request him to 'take care of his health' | Hindi Movie News - Times of India

ଗତ କିଛିଦିନ ପୂର୍ବରୁ ଅମିତାଭ ବଚ୍ଚନଙ୍କ ଆଖିର ସର୍ଜରୀ ହୋଇଛି । ଯାହାର ସୂଚନା ନିଜେ ବିଗ୍ ବି ଟ୍ୱିଟ୍ କରି ଜଣାଇଥିଲେ । ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମିତାଭ, ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ରଣବୀର କପୁର ଏବଂ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହା ବ୍ୟତୀର ଅଭିନେତା ଫିଲ୍ମ ‘ମେ-ଡେ’ ଏବଂ ‘ଝୁଣ୍ଡ୍’ରେ ମଧ୍ୟ ନଜର ଆସିବେ ।

   Related Posts