Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା, ହେବ ଅପରେସନ୍: ନିଜେ ବ୍ଲଗ୍ ପୋଷ୍ଟ କରି ଦେଲେ ସୂଚନା

28/02/2021 at 9:48 AM

ମୁମ୍ବାଇ ୨୮/୦୨ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ଦେଶ ଛଡା ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସୋସିଆଲ ମିଡ଼ିଆରେ ବିଗ ବି ଅଧିକାଂଶ ସମୟରେ କିଛି ନା କିଛି ପୋଷ୍ଟ କରିଥାନ୍ତି। ସେ ନିଜ ଅନୁଭୂତିକୁ ବ୍ଲଗ୍ ଜରିଆରେ ସେୟାର କରନ୍ତି। ଏହି ମହାନାୟକଙ୍କ ଏକ ବ୍ଲଗ ଲୋକଙ୍କୁ ଏକ ବଡ ଝଟକା ଦେଇଛି। ବିଗ୍ ବିଙ୍କ ଏକ ବ୍ଲଗରୁ ଜଣାପଡିଛି ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଅସୁସ୍ଥତା ଯୋଗୁଁ ତାଙ୍କୁ ସର୍ଜରୀ କରିବାକୁ ହେବ ସାମ୍ନାକୁ ଆସିଛି।

ସେ ବ୍ଲଗ ଜରିଆରେ ନିଜ ସର୍ଜରୀ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି ନିଜ ବ୍ଲଗରେ ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏବେ ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକ ଚିନ୍ତିତ ହୋଇପଡିଲେ। ତାଙ୍କ ଅସୁସ୍ଥ ଲୋକଙ୍କୁ ଚିନ୍ତିତ କରିଦେଇଛି। ତାଙ୍କ ପ୍ରଶଂସକ ଏହି ଚିନ୍ତାରେ ଯେ ଅମିତାଭ ବଚ୍ଚନଙ୍କର କଣ ସର୍ଜରୀ ହେବ, କାହିଁକି ହେବ, କେବେ ହେବ ଏବଂ କେଉଁଠାରେ ହେବ।

ବ୍ଲଗରୁ ତେବେ ସର୍ଜରୀ ହେବାର ଅଛି ନା ହୋଇସାରିଛି ତାହା ବି କୁହାଯାଇପାରୁନାହିଁ। ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ସୁସ୍ଥ କାମନା କରୁଛନ୍ତି। ଲୋକେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଚାହୁଁଛନ୍ତି। ଅମିତାଭ ବଚ୍ଚନ ନିଜ ଇନଷ୍ଚାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- କେବଳ ଇଏ ‘!!!!!! ?????’

ବିଗ ବିଙ୍କ ସ୍ୱାସ୍ଥ୍ୟ ହଠାତ କଣ ବିଗିଡି ଗଲା ଯେ ତାଙ୍କୁ ଅପରେସନ କରିବାକୁ ପଡିବ ଏବେ ଲୋକଙ୍କ ମନରେ ସେ ପ୍ରଶ୍ନ ଉଠୁଛି। ସେ ଏକ ଟ୍ୱିଟ୍ ବି କରିଛନ୍ତି। ଟ୍ୱିଟରେ ଲେଖିଛନ୍ତି, “କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି, ଯାହା କାଟିଲେ ହିଁ ଠିକ ହେବ”

ଏହା ପୂର୍ବରୁ ଅମିତାଭ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଦେଶବାସୀ ତାଙ୍କ ସୁସ୍ଥ କାମନା କରିଥିଲେ। କିଛି ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

   Related Posts