ସେକ୍ରେଟେରୀଙ୍କ ପାର୍ଥିବ ଶରୀରକୁ କାନ୍ଧେଇଲେ ଅମିତାଭ ଓ ଅଭିଷେକ, ଭାବବିହ୍ୱଳ ହେଲେ ଐଶ୍ୱର୍ଯ୍ୟା

Published By : Prameya-News7 Bureau | June 09, 2019 IST

ମୁମ୍ବାଇ ୯/୬ : ଅମିତାଭ ବଚ୍ଚନଙ୍କ ସେକ୍ରେଟେରୀ ଶୀତଲ ଜୈନଙ୍କର ଶନିବାର ଦିନ ମୃତ୍ୟୁ ହୋଇଛି । ୭୭ ବର୍ଷ ବୟସରେ ଶୀତଲ ଜୈନଙ୍କ ମୃତ୍ୟୁ ହୋଇଛି । ତାଙ୍କ ଶେଷକୃତ୍ୟ ୱଲେ ପାର୍ଲେ ସ୍ଥିତ ପବନହଂସ କ୍ରିମେଟୋରିଅୟମରେ କରାଯାଇଛି । ଅମିତାଭଙ୍କ ପରିବାର ଶୀତଲଙ୍କୁ ଅନ୍ତିମ ବିଦାଇ ଦେବା ପାଇଁ ପହଂଚିଥିଲେ । 

{"id":121429}

ଅମିତାଭଙ୍କ ସହ ପୁଅ ଅଭିଷେକ ଓ ବୋହୁ ଐଶ୍ୱର୍ଯା ମଧ୍ୟ ପହଂଚିଥିଲେ । ଶୀତଲ ଜୈନଙ୍କୁ ଅନ୍ତିମ ବିଦାୟ ଦେବାବେଳେ ଭାବ ବିହ୍ଵଳ ହୋଇଯାଇଥିଲେ ବଚ୍ଚନ ପରିବାର । ଶୀତଳ ୩୫ ବର୍ଷ ଯାଏଁ ଅମିତାଭଙ୍କ ସେକ୍ରେଟେରୀ ଥିଲେ । ଅମିତାଭଙ୍କ ସଫଳତା ପଛରେ ଶୀତଲଙ୍କ ବହୁତ ବଡ ହାତ ରହିଛି ବୋଲି ସେ କୁହନ୍ତି ।

{"id":121428}

ଯେତେବେଳେ ଅମିତାଭ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ, ସେବେଠାରୁ ଶୀତଲ ତାଙ୍କ ସହ ଅଛନ୍ତି । ଶୀତଲ ଜୈନ ବାସୁ ଭଗନାନିଙ୍କ ସହ ମିଶି ଅମିତାଭଙ୍କ ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ପ୍ରଯୋଜନା ଦେଇଥିଲେ । ଫିଲ୍ମଟିକୁ ନିର୍ଦେଶନା ଦେଇଥିଲେ ଡେଭିଡ ଧୱନ । ଫିଲ୍ମଟି ୧୯୯୮ ମସିହାରେ ରିଲିଜ ହୋଇଥିଲା ।

{"id":121430}

ଶୀତଲଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡ଼ିଆରେ ଅନେକ ସେଲିବ୍ରିଟି ଶୀତଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଫିଲ୍ମ ନିର୍ଦେଶକ ମଧୁର ଭଣ୍ଡାରକର ଟ୍ୱିଟ କରି ଶୀତଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନୁପମ ଖେର ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

{"id":121431}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.