ଅବସର ନେବେ ବିଗ୍ ବି ! ନିଜ ବ୍ଲଗ୍ ରେ ଏମିତି ଇସାରା ଦେଲେ ଅମିତାଭ ବଚନ

Published By : Prameya-News7 Bureau | November 29, 2019 IST

କଣ ରିଟାୟାର ହେବେ ଅମିତାଭ ବଚନ । ଶତାଦ୍ଦୀର ମହାନାୟକ ଅମିତାଭ ବଚନ ନିଜ ବ୍ଲଗରେ  ଏମିତି କିଛି ଇସାରା ଦେଇଛନ୍ତି । ୧୯୬୯ରେ ଫିଲ୍ମ ସାତ୍ ହିନ୍ଦୁସ୍ତାନୀରୁ କାମ ଆରମ୍ଭ କରିଥିବା ଏହି ମହାନାୟକ ଚଳିତ ବର୍ଷ ବଲିଉଡରେ ତାଙ୍କର ୫୦ ବର୍ଷ ପୁରଣ କରିଛନ୍ତି ।

{"id":191447,"sizeSlug":"large"}

ମେଁ ଔର ମେରି ତହ୍ନାଇ ଫିଲ୍ମ ସିଲ୍‌ସିଲା ଏହି ଡାଇଲଗ୍ ହୁଏତ ଆଜି ଶତାଦ୍ଦୀର ମହାନାୟକଙ୍କ ବାସ୍ତବ ଜୀବନରେ ପ୍ରତିଫଳିତ ହେଉଛି । ସେଥିପାଇଁ ଅମିତାଭ ବଚ୍ଚନ ନିଜର ବ୍ଲଗରେ ରିଟାୟାରମେଣ୍ଟ ନେଇ କିଛିଟା ଇସାରା ଦେଇଛନ୍ତି । ୧୯୬୯ରେ ସାତ୍ ହିନ୍ଦୁସ୍ତାନୀରୁ ବଲିଉଡରେ ପାଦ ଦେଇଥିବା ଏହି ମହାନାୟକ ୫୦ ବର୍ଷ ଧରି ଲଗାତର କାମ କରୁଛନ୍ତି । ଏବେ ବଢୁଥିବା ବୟସ ଯୋଗୁଁ ଅମିତାଭ ବଚନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏମିତି ସ୍ଥିତିରେ ସେ ରିଟାୟାରମେଣ୍ଟ କଥା ଚିନ୍ତା କରୁଥିବା ଜଣାପଡ଼ିଛି । ଯାହାର ଇସାରା ତାଙ୍କର ବ୍ଲଗରୁ ମିଳିଛି ।

{"id":191452,"width":576,"height":649,"sizeSlug":"large"}

ତଥାପି ଏବେବି କାମରୁ ବ୍ରେକ୍ ନେଇନାହାନ୍ତି ବିଗ୍ ବି । ସେଥିପାଇଁ ଶୀତରେ ନିଜର ଅପ୍ କମିଂ ମୁଭି ବ୍ରହ୍ମାସ୍ତ୍ରର ସୁଟିଂ ପାଇଁ ମନାଲି ଯାଇଛନ୍ତି ଏହି ମେଗାଷ୍ଟାର । ମନାଲିରେ ବସି ନିଜର ଅଭିଜ୍ଞତା ସଂପର୍କରେ ଲେଖିଛନ୍ତି । ମୋତେ ଏହି ଛୋଟିଆ କିନ୍ତୁ ସୁନ୍ଦର ଜାଗାରେ ଗାଡ଼ିରେ ପହଞ୍ଚିବା ପାଇଁ ୧୨ ଘଣ୍ଟା ଲାଗିଲା ।ଏଠାକୁ ରାସ୍ତା ଭଲ ନାହିଁ । ଏଠାକାର ବାତାବରଣ ବି ଅଲଗା । ତେଣୁ ମୋତେ ଏବେ ରିଟାୟାର ହେବାକୁ ପଡ଼ିବ ବୋଲି ଭାବୁଛି । ମୋର ମସ୍ତିଷ୍କ ଏବେ କିଛି କହୁଛି ଏବଂ ଆଙ୍ଗୁଠି ଆଉ କିଛି ଅଲଗା ଲେଖିବାକୁ ଚାହୁଁଛି । ସେଥିପାଇଁ ଏହି ମେସେଜ୍ ଲେଖୁଛି ।

{"id":191449,"sizeSlug":"large"}

ଫିଲ୍ମ ବ୍ରହ୍ମାସ୍ତ୍ରରେ ଅମିତାଭ ବଚ୍ଚନଙ୍କ ସହିତ ରଣବୀର କପୁର, ଆଲିୟା ଭଟ୍ଟ କାମ କରୁଛନ୍ତି । ଫିଲ୍ମ ବ୍ରହ୍ମାସ୍ତ୍ର ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଚାଲିଛି ।ନିକଟରେ କୌନ ବନେଗା କରୋଡ଼ପତି ସୁଟିଂ ସାରିବା ପରେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ପାଇଁ ମନାଲି ଯାଇଛନ୍ତି ଅମିତାଭ ବଚ୍ଚନ । ଫିଲ୍ମର କ୍ଲାଇମାକ୍ସ ସିନ୍ ସେଠାରେ ସୁଟିଂ ହେବ । କୌନ ବନେଗା କରୋଡ଼ପତିର ଶେଷ ଏପିସୋଡ୍ ପ୍ରସାରିତ ହେବ । ଆଗକୁ ହୁଏତ କୌନ ବନେଗା କରୋଡ଼ପତିରେ ଅମିତାଭ ବଚ୍ଚନ ଆସିନପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.