ନିଜ ସମ୍ପତ୍ତି ସମ୍ପର୍କରେ ବଡ଼ ନିଷ୍ପତ୍ତି ଘୋଷଣା କଲେ ଅଭିନେତା ଅମିତାଭ ବଚ୍ଚନ : କହିଲେ ସବୁ ସମ୍ପତ୍ତି ମିଳିବନି ଅଭିଷେକଙ୍କୁ

Published By : Prameya-News7 Bureau | August 28, 2019 IST

ମୁମ୍ବାଇ ୨୮/୮: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଟିଭି ଶୋ କୌନ ବନେଗା କରୋଡ଼ପତିରେ ନଜର ଆସୁଛନ୍ତି। ଏହି ଶୋ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ନିକଟରେ ବିଗ୍ ବି ଏକ ସାକ୍ଷାତକାର ଦେଇଛନ୍ତି । ଏହି ସାକ୍ଷାତକାରରେ ଅମିତାଭ ବଚ୍ଚନ ଲୋକଙ୍କ  ହୃଦୟ ଜିତିଛନ୍ତି। ପ୍ରକୃତରେ, ସେହି ସମୟରେ ତାଙ୍କୁ ତାଙ୍କ ସମ୍ପତ୍ତି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ମୋ ସମ୍ପତ୍ତି ମୋର ଦୁଇ ପିଲା ଅର୍ଥାତ୍ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନ ନନ୍ଦାଙ୍କ ମଧ୍ୟରେ ସମାନ ସମାନଭାବେ ବଣ୍ଟାଯିବ।

{"id":150105}

ଅମିତାଭ ନିଜ ଝିଅ ଶ୍ବେତା ନନ୍ଦାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଅଧିକାଂଶ ସମୟ ତାଙ୍କ ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରି ନିଜ ଝିଅ ପ୍ରତି ଅନାବିଳ ସ୍ନେହକୁ ପ୍ରକାଶ କରିଥାଆନ୍ତି। ଅମିତାଭ ‘ବେଟି ବଚାଓ ,ବେଟି ପଢ଼ାଓ’ ଅଭିଯାନର ବ୍ରାଣ୍ଡ ଆମ୍ଭାସାଡର ମଧ୍ୟ। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ କହିଥିଲେ ଯେ ଅଭିଷେକ ତାଙ୍କ ସମ୍ପତ୍ତିର ପୂରା ଅଧିକାରୀ ହେବେ ନାହିଁ। ସେ ନ ରହିଲେ ତାଙ୍କ ସମ୍ପତ୍ତିର ବିଭାଜନ ହେବ। ତାଙ୍କର ଦୁଇ ପିଲାଙ୍କ ମଧ୍ୟରେ ସମ୍ପତ୍ତି ବିଭାଜନ ହେବ।

{"id":150106,"width":575,"height":412}

ଏହାର ଅର୍ଥ ଅମିତାଭ ତାଙ୍କ ଝିଅ ଶ୍ବେତାଙ୍କୁ ମଧ୍ୟ ନିଜ ସମ୍ପତ୍ତିରୁ ସମାନ ଅଧିକାର ଦେବେ। ଏଥିରୁ ଜଣା ପଡ଼ୁଛି ଯେ ବିଗ୍ ବି ଟିଭି ଶୋରେ ଏହି କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ତାଙ୍କ ଫ୍ୟାନମାନେ ମଧ୍ୟ ନିଜ ଝିଅଙ୍କୁ ସମାନ ଅଧିକାର ଦେବେ।

{"id":150107}

ନିକଟରେ ଅମିତାଭ ବଚ୍ଚନ ଏବଂ ଚିରଞ୍ଜିବୀଙ୍କ ଅଭିନୀତ ‘ଶେରା ନରସିହ୍ମା ରେଡ୍ଡୀ’ର ଟିଜର ରିଲିଜ ହୋଇଛି। ଏହି ଟିଜରରେ ମହାନାୟକଙ୍କ ଲୁକକୁ ଖୁବ୍ ପସନ୍ଦ କରାଯାଇଛି। ଏହା ସହିତ ଖୁବ୍ ଶୀଘ୍ର ଅମିତାଭ ‘ଗୁଲାବୋ ସିତାବୋ’ରେ ଭିନ୍ନ ଅନ୍ଦାଜରେ ନଜର ଆସିବେ। ଆସନ୍ତା ବର୍ଷ ଆରମ୍ଭରେ ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ବାସ୍ତ୍ର’ ର ପ୍ରଥମ ଭାଗ ରିଲିଜ ହେବାକୁ ଯାଉଛି।

{"id":150108}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.