ଅମିତାଭ ବଚ୍ଚନଙ୍କ ବଡ ଖୁଲାସା-'ମୁଁ ଅଧା ଶିଖ୍, ଆନନ୍ଦପୁର ସାହିବ ସହ ରହିଛି କନେକ୍ସନ୍'

Published By : Prameya-News7 Bureau | December 24, 2020 IST

ମୁମ୍ବାଇ ୨୪/୧୨ : କେବିସି ୧୨ ବା କୌନ ବନେଗା କାରୋଡ଼ପତିର ଡିସେମ୍ବର ୨୩ ତାରିଖର ଏପିସୋଡ୍ ବହୁତ ମଜାଳିଆ ଥିଲା | ମଙ୍ଗଳବାର ଦିନର ରୋଲଓଭର୍ କନଟେଷ୍ଟେଣ୍ଟ ଶ୍ରୀଭମ ରାଜପୁତଙ୍କ ଠାରୁ ବୁଧବାରର ଏପିସୋଡ୍ ଆରମ୍ଭ ହୋଇଥିଲା। ଶ୍ରୀଭମ ବହୁତ ଭଲ ଖେଳିଥିଲେ ଏବଂ ୫୦ ଲକ୍ଷ ଜିତିଥିଲେ। ତାଙ୍କ ପରେ ପଞ୍ଜାବ, ମୋହାଲିର ପ୍ରତିଯୋଗୀ ପ୍ରୀତ ମୋହନ ସିଂହ ଆସିଥିଲେ। ସେ କହିଥିଲେ ଯେ ସିଆରପିଏଫରେ ଡ଼ିଆଇଜି ପଦବୀରେ ନିୟୋଜିତ ଅଛନ୍ତି। ସେ ହଟ୍ ସିଟକୁ ଆସିବା କ୍ଷଣି ଅମିତାଭ ବଚ୍ଚନ କହିଥିଲେ ଯେ ସେ ତାଙ୍କୁ ସାର ବୋଲି ହିଁ ସମ୍ବୋଧନ କରିବେ କାରଣ ପ୍ରୀତ ମୋହନ ସିଂହ ଦେଶ ସେବା କରୁଛନ୍ତି। ସେ ଯେଉଁ କାମ କରୁଛନ୍ତି ସେଥିପାଇଁ ସେ ବହୁତ ସମ୍ମାନ କରନ୍ତି ବୋଲି ବିଗ ବି କହିଥିଲେ। ପ୍ରୀତ ମୋହନଙ୍କ ସହ କଥାବାର୍ତ୍ତା ବେଳେ ଅମିତାଭ ବଚ୍ଚନ ଏକ ବଡ ଖୁଲାସା କରିଥିଲେ। ଅମିତାଭ ବଚ୍ଚନ କହିଥିଲେ ଯେ ସେ ଅଧା ଶିଖ।

କେବିସି ୧୨ରେ ଅମିତାଭ ବଚ୍ଚନ ପ୍ରୀତ ମୋହନ ସିଂହଙ୍କୁ କହିଥିଲେ ଯେ, "ମୁଁ ଅଧା ଶିଖ, ମୋ ମା' ଶିଖ ଥିଲେ। ମୋ ଅଜାଙ୍କ ନାଁ ସରଦାର ହଜାନ ସିଂହ। ମୋ ଆଈଙ୍କ ନାଁ ଅମର କୌର ସୋଢି। ମୋ ଆଈଙ୍କ ଜେଜେ ଏବଂ ଜେଜେ ବାପା-ମା' ସେ ସମସ୍ତେ ଆନନ୍ଦପୁର ସାହିବରେ କାମ କରୁଥିଲେ। ସେବେଠାରୁ ସେ କାମ ଚାଲିଆସିଛି। ସେବେଠାରୁ ସେହି ପିଢ଼ି ଚାଲିଆସିଛି। ସେଥିପାଇଁ ଆନନ୍ଦପୁର ସାହିବ ଆମ ପରିବାରରେ ଓ ଆମ ଜୀବନରେ ବହୁତ ମହତ୍ତ୍ୱ ରଖେ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.