Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁନଥିବା ଅଭିଯୋଗର ଜବାବ ଦେଲେ ଅମିତାଭ, ବିରକ୍ତ ହୋଇ କହିଲେ’ସହାୟତାର ତାଲିକା ବେଶ ଲମ୍ବା’

11/05/2021 at 5:18 PM

ମୁମ୍ବାଇ ୧୧/୦୫ : କରୋନା ମହାମାରୀ କାଳରେ ଅନେକ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଫିଲ୍ମ ଷ୍ଟାର, ଖେଳାଳିଙ୍କ ସମେତ ବହୁ ଉଦ୍ୟେଗପତି ତଥା ବ୍ୟବସାୟୀ । ଏହି କ୍ରମରେ ବଲିଉଡ ବିଗ୍‌-ବି ମଧ୍ୟ ସାହାଯ୍ୟ କରୁଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଟ୍ରୋଲ ହୋଇଛି ଯେ, ଅମିତାଭ ବଚ୍ଚନଙ୍କ ଭଳି କଳାକାର ଏହି ମହାମାରୀ ସମୟ​‌ରେ ଲୋକମାନଙ୍କୁ ସାହାଯ୍ୟ କରୁନାହାନ୍ତି ।

ତେବେ ଏହାର ଜବାଜ ରଖିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । କେବଳ କହି ନାହାନ୍ତି ବରଂ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି କି ନାହିଁ ଏବଂ କେତେ ସାହାଯ୍ୟ କରିଛନ୍ତି ଏହାର ଏକ ଲମ୍ବା ଲିଷ୍ଟ ମଧ୍ୟ ଜାରି କରିଛନ୍ତି । ବିଗ୍‌ ବି କହିଛନ୍ତି, ‘ଗତ ବର୍ଷେ ପୂର୍ବରୁ ଯେତେବେଳେ ମହାମାରୀ ଦେଶକୁ ଛାରଖାର କରିଦେଇଥିଲା ସେବେଠୁ ହିଁ ମୁଁ ଅନବରତ ଭାବେ ଲୋକାମାନଙ୍କୁ ସାହଯ୍ୟ ଯୋଗାଇଆସିଛି । କିନ୍ତୁ ସାହାଯ୍ୟ କରିଥିବା ନେଇ କେବେ କୌଣସି ସାମାଜିକ ଗଣମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିନାହିଁ । କାରଣ ଦାନ କରିବା ପରେ ଏହାର ପ୍ରଚାରପ୍ରସାର କରିବା ଲଜ୍ଜାଜନକ କଥା ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ ନିଜସ୍ବ ପାଣ୍ଠିରୁ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ପିପିଇ କିଟ୍‌ ଏବଂ ମାସ୍କ ଦିଆଯାଇଛି । ଏହା ସହିତ ୨୫୦-୪୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ତିଆରି କରିଛି । ଦିଲ୍ଲୀ ଏବଂ ମୁମ୍ବାଇକୁ ଅକ୍ସିଜେନ କନସେନ୍‌ଟ୍ରେଟର ଯୋଗାଇଦିଆଯାଇଛି ।’

ନିଜସ୍ବ ପାଣ୍ଠିରୁ ବିଦେଶରୁ ଅକ୍ସିଜେନ କନସେନ୍‌ଟ୍ରେଟର ମଗାଯାଉଛି । ମେ ୧୫ ସୁଦ୍ଧା ପୋଲାଣ୍ଡରୁ ୫୦ଟି ଅକ୍ସିଜେନ କନସେନ୍‌ଟ୍ରେଟର ଏବଂ ଆମେରିକାରୁ ୧୫୦ଟି ଅକ୍ସିଜେନ କନସେନ୍‌ଟ୍ରେଟର ଆସିବ । ଏହା ପୂର୍ବରୁ ମଧ୍ୟ ବିଦେଶରୁ କିଛି ଅକ୍ସିଜେନ କନସେନ୍‌ଟ୍ରେଟର ଅଣାଯାଇ କାମରେ ଲଗାଯାଇଛି । ଦିଲ୍ଲୀର ବାଙ୍ଗଲା ସାହିବ୍‌ ଗୁରୁଦ୍ବାରରେ ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଖୋଲାଯାଇଛି । ଏଥିପାଇଁ ସମସ୍ତ ଖର୍ଚ୍ଚ ବହଦ କରିଛନ୍ତି ଅମିତାଭ ବଚ୍ଚନ । ଏହି ସେଣ୍ଟରକୁ ତାଙ୍କ ମା ତେଜି ବଚ୍ଚନଙ୍କ ନାଁରେ ନାମିତ କରାଯାଇଛି ।

ଏହା ସହିତ ପ୍ରାୟ ୧୫ ଶହ ଚାଷୀଙ୍କୁ ଆର୍ଥିକ ସହଯୋଗ ଯୋଗାଇଦେଇଛନ୍ତି ବିଗ୍‌ ବି । ଯେଉଁ ଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ସୁଝିପାରିନଥିଲେ ନିଜସ୍ବ ପାଣ୍ଠିରୁ ଋଷ ପରିଶୋଧ କରିଛନ୍ତି ଅମିତାଭ ବଚ୍ଚନ । ଯାହାଫଳରେ କି ଅନେକ ଚାଷି ଆତ୍ମହତ୍ୟା କରିବାରୁ ବଞ୍ଚିତ ହୋଇଥିଲେ ।

୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ଯବାନଙ୍କ ପରିବାରକୁ ସହଯୋଗ ଯୋଗାଇ ଦେଇଛନ୍ତି ସେ । କରୋନା କାରଣରୁ ଗତ ଲକ୍‌ଡାଉନ୍‌ ସମୟରେ ପ୍ରାୟ ୪ ଲକ୍ଷ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ଯୋଗାଇଦେଇଥିଲେ । ଏହିଭଳି ଭାବେ ପ୍ରତିଦିନ ୫ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ ଅଭିତାଭ ବଚ୍ଚନ ।

   Related Posts