ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଦ ଇନଟର୍ନ’ ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ପୋଷ୍ଟ କରି ଜଣାଇଲେ ଅଭିନେତ୍ରୀ

Published By : Prameya-News7 Bureau | April 06, 2021 IST

ମୁମ୍ବାଇ ୦୬/୦୪: ନିକଟରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ଦୀପିକା ଫିଲ୍ମ ‘ଦ ଇନଟର୍ନ’ର ରିମେକରେ ଅମିତାଭ ବଚ୍ଚନଙ୍କୁ ସ୍ୱାଗତ କରିଛନ୍ତି । ପ୍ରଥମେ ଏହି ଫିଲ୍ମର ଘୋଷଣା ଦୀପିକା ପାଦୁକୋନ ଏବଂ ଦିବଂଗତ ଅଭିନେତା ଋଷି କପୁରଙ୍କ ସହ ହୋଇଥିଲା । କିନ୍ତୁ ଋଷିଙ୍କ ମୃତ୍ୟୁ ପରେ ଏହି ଫିଲ୍ମଟିକୁ ହୋଲ୍ଡ କରାଯାଇଥିଲା । ଏବେ ପୁଣିଥରେ ଏହି ଫିଲ୍ମର କାମ ଆରମ୍ଭ ହୋଇଛି । ଏହି ଫିଲ୍ମରେ ଋଷି କପୁରଙ୍କ ଭୂମିକା ଅମିତାଭ ଗ୍ରହଣ କରିବେ । 

{"id":433787,"width":632,"height":465,"sizeSlug":"large","linkDestination":"none"}

ସୋସିଆଲ୍ ମିଡିଆରେ ‘ଦ ଇନଟର୍ନ’ର ପୋଷ୍ଟର ସେୟାର କରି ଦୀପିକା ଲେଖିଛନ୍ତି, ‘ମୋର ସବୁଠାରୁ ଖାସ ସହ-କଳାକାରଙ୍କ ସହିତ ପୁଣିଥରେ କାମ କରିବା ମୋ ପାଇଁ ସମ୍ମାନର କଥା । #TheIntern ର ଭାରତୀୟ ରୁପାନ୍ତରଣ ପାଇଁ ଅମିତାଭ ବଚ୍ଚନଙ୍କୁ ସ୍ୱାଗତ କରୁଛି ।’ ଫ୍ୟାନ୍ସମାନେ ଦୀପିକାଙ୍କ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରୁଛନ୍ତି ।

{"width":650,"height":487}
The Intern' first look poster: Amitabh Bachchan replaces late Rishi Kapoor  in Deepika Padukone's Hindi adaptation of the Hollywood film | Hindi Movie  News - Times of India

ସୂଚନା ଅନୁଯାୟୀ, ଦ ଇନଟର୍ନ, ଇଣ୍ଟିମେଣ୍ଟ ଏବଂ ରିଲେସନସିପ୍ ଉପରେ ଆଧାରିତ ଫିଲ୍ମ । ଫିଲ୍ମରେ ଆଜି କାଲିର ଅଫିସ୍ ପରିବେଶ ବିଷୟରେ ଦେଖାଯାଇଛି । ଫିଲ୍ମଟିକୁ ଅମିତ ଶର୍ମା ନିର୍ଦ୍ଦେଶନା ଦେବେ । ୱାର୍କଫ୍ରଣ୍ଟରେ ଦୀପିକା ଦ ଇନଟର୍ନ ବ୍ୟତୀତ, ସାହାରୁଖ ଖାନଙ୍କ ସହ ଫିଲ୍ମ ‘ପଠାନ’ ରେ ନଜର ଆସିବେ । ଏଥିସହିତ ସେ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ମଧ୍ୟ ନଜର ଆସିବେ । ଶିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.