ଅଭିଷେକ ବଚ୍ଚନଙ୍କୁ କୌଣସି ବି ଟଙ୍କା ଦେବାକୁ ମନାକରିଦେଲେ ଅମିତାଭ ବଚ୍ଚନ ; କାହିଁକି ଏମିତି କହିଦେଲେ ବିଗ୍‌-ବି ?

Published By : Prameya-News7 Bureau | October 11, 2021 IST

ମୁମ୍ବାଇ ୧୧/୧୦ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ । ଭେଟେରାନ୍‌ ଅଭିନେତା ତଥା ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଅଭିନୟ ଯାଦୁରେ ଦୀର୍ଘ ବର୍ଷ ହେଲା ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି । ଅମିତାଭଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ସେହିଭଳି ବିଶାଳ । ତେବେ ବର୍ତ୍ତମାନ ବିଗ୍‌ ବି ଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ଟଙ୍କା ଦେବାକୁ ମନାକରିଦେଉଛନ୍ତି । ତେବେ ଏହା କୌଣସି ଘରୋଇ କଳହ ନୁହେଁ ବରଂ ପ୍ରାଇଜ୍‌ ଅର୍ଥ ଦେବାକୁ ମନାକରୁଛନ୍ତି ବିଗ୍‌ ବି । ‘କୌନ୍‌ ବନେଗା କରୋଡ୍‌ ପତି’ର ଏକ ଏପିସୋଡ୍‌ରେ ହୋଷ୍ଟ ହୋଇଥିଲେ ଅଭିଷେକ ବଚ୍ଚନ ଏବଂ ହଟ୍‌ ସିଟ୍‌ରେ ବସିଥିଲେ ଅମିତାଭ ବଚ୍ଚନ ।

ସୋ ଆରମ୍ଭ ହେବା କ୍ଷଣି ପ୍ରଥମେ ପିତା ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରାଇବା ପୂର୍ବକ ଅଭିଷେକ କହିଥିଲେ, ‘ମୋ ସାମ୍ନାରେ ବସିଛନ୍ତି ମୁମ୍ବାଇରୁ ଆସିଥିବା ଅମିତାଭ ବଚ୍ଚନ । ଯିଏକି ଅନେକ ଚଳଚିତ୍ରରେ କାମ କରିସାରିଛନ୍ତି । ବିଭିନ୍ନ ଭାଷାରେ ଫିଲ୍ମ କରି ଖୁବ ନାଁ କରିଛନ୍ତି । ଗୀତ ଗାଇବା ଏବଂ ଅନବରତ ଭାବେ କାମ କରିବା ତାଙ୍କର ଅଭ୍ୟାସ । ତେବେ ଯଦି ସେ ଏହି କୌନ୍‌ ବନେଗା କରୋଡ୍‌ପତି ସୋରୁ ଟଙ୍କା ଜିତିବେ ତ ସେ ସମସ୍ତ ଟଙ୍କା ତାଙ୍କ ପୁଅକୁ ଦେଇଦେବେ ।’

ଏହାକୁ ମଜାଳିଆ ଢଙ୍ଗରେ ନେଇ ବିଗ୍‌ ବି କହିଥିଲେ , ‘କିଏ ନେବ ?’ । ଏହାକୁ ନେଇ ଅଭିଷେକ ପୁଣି କହିଲେ, ‘ଯାହା ଆପଣଙ୍କର ତାହା ମଧ୍ୟ ମୋର ବୋଲି କହିଥିଲେ ।’ ଏହାର ଯବାବରେ ଅମିତାଭ ବଚ୍ଚନ ଉତ୍ତର ଦେଇଥିଲେ, କିନ୍ତୁ ଆଜି ଯାହା ମୋ ପାଖକୁ ଆସିବ ତାହା ମୋର ଆଉ କାହକୁ ଦେବି ନାହିଁ ।

ଘଟଣାକୁ ନେଇ ପୁରା ସୋ ରେ ହାସ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିଲା । ଅଭିଷେକ ବଚ୍ଚନ ଅନେକ ଥର ଉକ୍ତ ସୋ ରେ ଅତିଥି ଭାବେ ଯୋଗଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.