Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗୋ‌ଟେ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଡିମାଣ୍ଡ କରୁଥିବା ଅମିତାଭ ବଚ୍ଚନଙ୍କୁ ‘ସୋଲେ’ ଫିଲ୍ମରେ କେତେ ଟଙ୍କା ମିଳିଥିଲା ଜାଣନ୍ତୁ

17/08/2019 at 1:50 PM

ମୁମ୍ବାଇ୧୭|୮: ବଲିଉଡର ସୁପର ଷ୍ଟା ବିଗବି ଅମିତାଭ ବଚ୍ଚନ ସୋଲେ ଫିଲ୍ମରେ ଅଭିନୟ ଲାଗି ପାରିଶ୍ରମିକ ବାବଦକୁ କେତେ ଟଙ୍କା ପାଇଥିଲେ ଆପଣ ହୁଏତେ ଜାଣିନଥିବେ। ଆସନ୍ତୁ ଜାଣିବା ଏ ସଂପର୍କରେ କିଛି ରୋଚକ କଥା…

କର୍ଣ୍ଣାଟକ ରାଜ୍ୟର ରାଜନଗର ଅଞ୍ଚଳରେ ‘ସୋଲେ’ ଫିଲ୍ମ ଦୀର୍ଘ ଅଢ଼େଇ ବର୍ଷଧରି ସୁଟିଂ ଚାଲିଥିଲା। ୧୯୮ ମିନିଟର ଏହି ଫିଲ୍ମ ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିଲା। ଫିଲ୍ମରେ ଅନେକ ହିଂସା ଦୃଶ୍ୟକୁ ବାଦ ଦେବା ପରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦେଇଥିଲା। ୧୯୯୦ ମସିହା ସୁଦ୍ଧା ୨୦୪ ମିନିଟ ଭର୍ସନ ​‌‘ସୋଲେ’ ଫିଲ୍ମ ହୋମ ମିଡିଆରେ ମଧ୍ୟ ଚାଲୁଥିଲା। ସୋଲେ ଫିଲ୍ମ ରିଲିଜ ହେବା ପରେ ଏହି ଫିଲ୍ମକୁ ବିଶେଷ ଆଦୃତି ମିଳିନଥିଲ।

ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ‘ସୋଲେ’ ଫିଲ୍ମ ଭଲ ଲାଭ କରିନଥିଲା। ହେଲେ ପରବର୍ତ୍ତି ସମୟରେ ମୌଖିକ ପ୍ରଚାର ମଧ୍ୟମରେ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଭାରତର ବିଭିନ୍ନ ସିନେମା ହଲରେ ‘ସୋଲେ’ ଫିଲ୍ମ ଦୀର୍ଘଦିନ ଧରି ଚାଲିଥିଲା।  ‘ସୋଲେ’ ଫିଲ୍ମ ସମସ୍ତଙ୍କ ରେକର୍ଡ ଭାଙ୍ଗିଥିଲା। ମୁମ୍ବାଇର ମିନର୍ଭା ଥିଏଟରରେ ‘ସୋଲେ’ ଫିଲ୍ମ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମେ ଭଲ ଲାଭ କରିପାରିନଥିବା ସୋଲେ ଫିଲ୍ମ କିଛିଦିନ ପରେ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ରେକର୍ଡ ସୃଷ୍ଟି କରିଥିଲା।

ବର୍ତ୍ତମାନ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଡିମାଣ୍ଡ କରୁଥିବା ଅମତାଭ ବଚ୍ଚନଙ୍କୁ ‘ସୋଲେ’ ଫିଲ୍ମରେ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକ ସାକ୍ଷାତାକାର ସମୟରେ ସୁପରଷ୍ଟାର ବିଗବି ଅମିତାଭ ବଚ୍ଚନ କହିଥିଲେ ଯେ, ସୋଲେ ଫିଲ୍ମରେ ଅଭିନୟ ବାବଦକୁ ତାଙ୍କୁ ମାତ୍ର ଏକ ଲକ୍ଷ ଟଙ୍କା ଦିଆଯାଇଥିଲା।

   Related Posts