Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଫିଲ୍ମ ‘ଗୁଡବାଏ’ ସେଟରୁ ଲିକ୍ ହେଲା ଫଟୋ : ରଶ୍ମିକା ମନ୍ଦନାଙ୍କ ସହ ଭିନ୍ନ ରୂପରେ ନଜର ଆସିଲେ ବିଗ୍ ବି

13/07/2021 at 11:27 AM

ନୂଆଦିଲ୍ଲୀ ୧୩/୦୭ : ଫିଲ୍ମ ‘ଗୁଡବାଏ’ରେ ରଶ୍ମିକା ମନ୍ଦନା ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ। ସାଉଥ ଫିଲ୍ମରୁ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ରଶ୍ମିକାଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି । ଏବେ ତାଙ୍କ ଫ୍ୟାନ୍ ପେଜରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଅମିତାଭ ବଚ୍ଚନଙ୍କ ସହ ସେଟରେ ନଜର ଆସିଛନ୍ତି। ଫଟୋରେ ବିଗ୍ ବି ସଦ୍ରି ପିନ୍ଧିଥିବାର ନଜର ଆସିଛନ୍ତି।

‘ମିଷ୍ଟର୍ ମଜନୁ’ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ରଶ୍ମିକା ମନ୍ଦନା ବଲିଉଡରେ ଡେବ୍ୟୁ କରିବାକୁ ଘୋଷଣା କରିଛନ୍ତି। ତାଙ୍କର ଦ୍ୱିତୀୟ ଫିଲ୍ମରେ ସେ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଟିମ୍ ଏହି ଫିଲ୍ମର ସୁଟିଂ ଆରମ୍ଭ କରିସାରିଛି ।

ବର୍ତ୍ତମାନ ରଶ୍ମିକାଙ୍କ ଫ୍ୟାନ୍ସମାନେ ଫଟୋକୁ ସେଟରୁ ଭାଇରାଲ କରିଛନ୍ତି। ଏହି ଫଟୋରେ ଅମିତାଭ ବଚ୍ଚନ ସଦ୍ରି ପିନ୍ଧିଥିବାର ନଜର ଆସିଛନ୍ତି। ରଶ୍ମିକା ମଧ୍ୟ ଏହାକୁ ଦେଖିଛନ୍ତି । ଏହା ପୂର୍ବରୁ ରଶ୍ମିକା କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ଏକ ସାକ୍ଷାତକାର ସମୟରେ କହିଥିଲେ, ସ୍କ୍ରିପ୍ଟ ଦେଖିବା ପରେ ସେ ହଁ କରିଥିଲେ କିନ୍ତୁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ସହ ରହିବେ ସେ ଏହାକୁ ବିଶ୍ୱାସ କରି ପାରିନଥିଲେ।

   Related Posts