ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କଲେ ବିଗ୍ ବି ଅମିତାଭ ବଚ୍ଚନ

Published By : Prameya-News7 Bureau | June 15, 2019 IST

ମୁମ୍ବାଇ ୧୫/୬ : ବଲିଉଡ ସହିଂସା ଅମିତାଭ ବଚ୍ଚନ ପୁଣିଥରେ ଚାଷୀଙ୍କୁ ସାହାଯ୍ୟ କରି ନିଜ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ଅମିତାଭ ଏଥର ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କରିଛନ୍ତି । ଏକ ବ୍ଲଗ ଲେଖି ସେ ଏ ସମ୍ପର୍କରେ ସୂଚନ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ନିଜ ପ୍ରତିଶୃତି ରକ୍ଷା କରିଛନ୍ତି ।

{"id":123245}

ବିହାରର ଯେଉଁ ଚାଷୀମାନଙ୍କ ଋଣ ବାକି ଥିଲା ସେମାନଙ୍କ ମଧ୍ୟରୁ ୨୧୦୦ ଚାଷୀଙ୍କ ଓଟିଏସ ସହ ଋଣ ପରିଶୋଧ କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଚାଷୀଙ୍କୁ ଅମିତାଭଙ୍କ ବଙ୍ଗଳାକୁ ଡକାଯାଇଥିଲା । ବ୍ୟକ୍ତିଗତ ଭାବେ ଅଭିଷେକ ବଚ୍ଚନ ଓ ଶ୍ୱେତା ନିଜ ହାତରେ ଚାଷୀଙ୍କୁ ଋଣ ପରିଶୋଧର କାଗଜ ଦେଇଥିଲେ ।

{"id":123244}

ଏହା ପୂର୍ବରୁ ଅମିତାଭ ଏକ ବ୍ଲଗ ଲେଖିଥିଲେ ଯେ, ଯେଉଁ ଚାଷୀମାନେ ନିଜ ଋଣ ପରିଶୋଧ କରିବା ପାଇଁ ଅସମର୍ଥ ସେମାନଙ୍କ ପାଇଁ ଏକ ଉପହାର ଅଛି । ସେହି ଚାଷୀ ବିହାରର ବୋଲି ସେ କହିଥିଲେ । ଗତବର୍ଷ ଅମିତାଭ ଉତ୍ତର ପ୍ରଦେଶର ହଜାର ହଜାର ଚାଷୀଙ୍କ ଋଣ ପରିଶୋଧ କରି ଚାଷୀଙ୍କୁ ସାହାଯ୍ୟ କରିଥିଲେ ।

{"id":123246}

୭୬ ବର୍ଷ ବୟସ୍କ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନ ଲେଖିଥିଲେ ଯେ, ସେ ଆଉ ଏକ ପ୍ରତିଶୃତି ପୁରା କରିଛନ୍ତି । ମହାରାଷ୍ଟ୍ରର ୩୫୦ ଚାଷୀଙ୍କ ଋଣ ମଧ୍ୟ ପରିଶୋଧ କରିଥିଲେ ଅମିତାଭ । ଯେଉଁ ବହାଦୁର ଯବାନ ଦେଶ ପାଇଁ ନିଜ ପ୍ରାଣର ବଳିଦାନ ଦେଇଛନ୍ତି, ତାଙ୍କ ପରିବାର ଓ ପତ୍ନୀଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି । ୪୪ ସହିଦ ପରିବାରଙ୍କୁ ଆର୍ଥିକ ସହାୟତା କରିଛନ୍ତି ଅମିତାଭ ।

{"id":123247}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.