ଫଟୋ ସେୟାର କରି ପ୍ରଶଂସକଙ୍କୁ ଅଭିନବ ଉପାୟରେ ଧନ୍ୟବାଦ ଜଣାଇଲେ ବିଗ୍ ବି

Published By : Prameya-News7 Bureau | July 21, 2020 IST

ମୁମ୍ବାଇ ୨୧/୭: ବଲିଉଡ ଅଭିନେତା ଅମିତାଭ ବଚ୍ଚନ କିଛି ଦିନ ତଳେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛନ୍ତି। ଏହା ପରଠୁ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମ୍ ପୋ​‌ଷ୍ଟ କରି ସେ ନିଜ ହେଲ୍ଥ ଅପଡେଟ୍ ଦେଉଛନ୍ତି। ନିକଟରେ ଅମିତାଭ ବଚ୍ଚନ ନିଜର ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ କହିଛନ୍ତି। ଅମିତାଭ ବଚ୍ଚନ ଲେଖିଛନ୍ତି ଯେ ଏବେ ତାଙ୍କ ପାଖରେ ସମସ୍ତଙ୍କୁ କହିବା ପାଇଁ କେବଳ ଗୋଟିଏ ଶବ୍ଦ ରହିଛି,ଧନ୍ୟବାଦ। ଏହା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନାହିଁ।

wp:core-embed/instagram {"url":"https://www.instagram.com/p/CC3sQQ2hlHj/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CC3sQQ2hlHj/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ ଅମିତାଭ ବଚ୍ଚନ ୬ପ୍ରକାରର ଲୋକଙ୍କଠୁ ଦୂରରେ ରହିବାକୁ କହିଥିଲେ। ଅମିତାଭ ବଚ୍ଚନ ଲେଖିଥିଲେ ଯେ ସମସ୍ତଙ୍କୁ ଈର୍ଷା କରୁଥିବା,ଘୃଣା କରୁଥିବା,ଅସନ୍ତୁଷ୍ଟ,କ୍ରୋଧୀ,ସବୁବେଳେ ସନ୍ଦେହ କରୁଥିବା ଏବଂ ପରକୁ ନିର୍ଭର କରୁଥିବା ୬ପ୍ରକାରର ମନୁଷ୍ୟ ସବୁବେଳେ ଦୁଃଖୀ ରହିଥାନ୍ତି। ଯଥା ସମ୍ଭବ ଏହି ପ୍ରବୃତ୍ତିଠୁ ବର୍ତ୍ତିବା ଉଚିତ୍।

wp:core-embed/instagram {"url":"https://www.instagram.com/p/CCrNhkPhKVB/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CCrNhkPhKVB/?utm_source=ig_embed
/wp:core-embed/instagram

 ଏକ ପୋଷ୍ଟ ସେୟାର କରି ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶଂସକ ଲଗାତାର ଅମିତାଭଙ୍କ ଆରୋଗ୍ୟ ପାଇଁ ପୂଜାପାଠ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.