ଭୁଲ ସ୍ପେଲିଂ ଲେଖିଦେଲେ ବିଗ୍ ବି, ଫ୍ୟାନ୍ସ କହିବାରୁ ଏଭଳି ପ୍ରତିକ୍ରିୟା ଦେଲେ

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯/୧୧: ଅମିତାଭ ବଚ୍ଚନ ଏପରି ଜଣେ ନାୟକ ଯିଏକି ପ୍ରଶଂସକଙ୍କ ସହ ସର୍ବଦା ଜଡିତ ହୋଇ ରୁହନ୍ତି। ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରନ୍ତି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କିଛି ଭୁଲ କରିଦେଇଛନ୍ତି, ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ତାଙ୍କୁ ଭୁଲ ବିଷୟରେ କହିଛନ୍ତି ଏବଂ ବିଗ୍ ବି  ମଧ୍ୟ ଏହି ପ୍ରଶଂସକଙ୍କ ପୋଷ୍ଟକୁ ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି।

{"width":705,"height":396}
Amitabh

ସୂଚନା ଅନୁଯାୟୀ, ବିଗ୍ ବି ଫେସବୁକରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଭୁଲ ଇଂରାଜୀ ଲେଖିଛନ୍ତି। ଏହି ଭୁଲ ଉପରେ ତାଙ୍କର ଜଣେ ପ୍ରଶଂସକଙ୍କ ଦୃଷ୍ଟି ପଡିଛି ଏବଂ ସେ ଅମିତାଭଙ୍କୁ କମେଣ୍ଟ ଦେଇ ସେହି ଭୁଲକୁ ସଂଶୋଧନ କରିବାକୁ କହିଛନ୍ତି। ଅମିତାଭ ମଧ୍ୟ ଏହି ଭୁଲକୁ ଅତି ସୁନ୍ଦରତାର ସହିତ ଗ୍ରହଣ କରି ତୁରନ୍ତ ଏହାକୁ ସଂଶୋଧନ କରିଛନ୍ତି। କେବଳ ଏତିକି ନୁହେଁ ସେ ସେହି ପ୍ରଶଂସକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି।

ଅମିତାଭ ବଚ୍ଚନ ଫେସବୁକରେ ପ୍ରସିଦ୍ଧ ଲେଖକ ଯୋଡ଼ି ସଲିମ-ଜାଭେଦଙ୍କ ପାଇଁ ଇଂରାଜୀରେ 'ଡୁଓ' ବଦଳରେ 'ଡୁଆ' ଲେଖିବାରେ ଭୁଲ କରିଛନ୍ତି। ରାଜେଶ ଅମିତାଭକୁ ସଠିକ୍ ଶବ୍ଦ 'ଡୁଓ' ପରାମର୍ଶ ଦେଇଛନ୍ତି, ଯାହାକୁ ଅମିତାଭ ଅତି ସହଜରେ ଗ୍ରହଣ କରି ସଂଶୋଧନ କରିଛନ୍ତି। ଏହା ପୂର୍ବରୁ ରାଜେଶ କୁମାର ହିନ୍ଦୀ ଶବ୍ଦ 'ଦଶହରା'ର ବନାନ ଉପରେ ଅମିତାଭଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହି ପୋଷ୍ଟ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.