Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

KBC ସେଟରେ କପିଲ ଶର୍ମାଙ୍କୁ ଅପେକ୍ଷା କରିଥିଲେ ବିଗ୍ ବି, ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କମେଡି କିଙ୍ଗ

11/11/2021 at 8:15 AM

ନୂଆଦିଲ୍ଲୀ ୧୧/୧୧: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତୀର ଗ୍ରାଣ୍ଡ ଫ୍ରାଇଡେ ଏଥର ମଜାଦାର ହେବାକୁ ଯାଉଛି। ଏହି ସ୍ପେସାଲ୍ ଏପିସୋଡରେ କମେଡି କିଙ୍ଗ କପିଲ ଶର୍ମା ଏବଂ ଅଭିନେତା ସୋନୁ ସୁଦଙ୍କୁ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିବ। କେବିସି ଶୋ’ରେ କପିଲଙ୍କ କମେଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ପ୍ରଶଂସକ ତ ଦୂରର କଥା ଅମିତାଭ ବଚ୍ଚନଙ୍କୁ ବି କପିଲ ଶର୍ମାଙ୍କ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା, କାରଣ କପିଲ ନିର୍ଦ୍ଧାରିତ ସମୟରୁ ସାଢେ ଚାରି ଘଣ୍ଟା ବିଳମ୍ବରେ ସେଟରେ ପହଞ୍ଚିଥିଲେ।

ସୋନି ଚ୍ୟାନେଲର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପ୍ରୋମୋ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଅମିତାଭ କପିଲଙ୍କୁ ବିଳମ୍ବରେ ଆସିଥିବାରୁ ତାଙ୍କୁ କମେଣ୍ଟ କରୁଥିବାର ନଜର ଆସିଛନ୍ତି। ଭିଡିଓ ଆରମ୍ଭରେ ସୋନୁ ସୁଦ ଏବଂ କପିଲ ଶର୍ମା ପ୍ରସିଦ୍ଧ ଗୀତ ‘ରିମଝିମ୍ ଗିରେ ସାୱାନ୍’ ଗୀତ ଗାଇ ଶୋ’ରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅମିତାଭ ବଚ୍ଚନ କହିଛନ୍ତି ଯେ ଆଜି ଆପଣ ଠିକ୍ ସମୟରେ ଆସିଛନ୍ତି। ଆପଣଙ୍କୁ ମୌତେ ୧୨ ଟା ସମୟରେ ଭେଟିବାର ଥିଲା ଏବଂ ଆପଣ ଠିକ୍ ୪.୩୦ ରେ ପହଞ୍ଚିଗଲେ।

PunjabKesari

ବିଗ୍ ବିଙ୍କଠାରୁ ଏହା ଶୁଣିବା ପରେ କପିଲ ଶର୍ମା ଜୋରରେ ହସିବାକୁ ଲାଗିଛନ୍ତି। କପିଲ ଶର୍ମା ଏବଂ ସୋନୁ ସୁଦ ମଧ୍ୟ ଶୋ’ରେ ଅମିତାଭ ବଚ୍ଚନଙ୍କ ଫିଲ୍ମର ପ୍ରସିଦ୍ଧ ବାସନ୍ତୀ ସଂଳାପରେ ଅଭିନୟ କରିଛନ୍ତି। ଏହି ସମୟରେ କପିଲ ତାଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ମଧ୍ୟ ସେୟାର କରିଛନ୍ତି। ଯାହା ବହୁତ ମଜାଦାର।

PunjabKesari

ଭିଡିଓରେ କପିଲ ଅମିତାଭଙ୍କୁ କହିଛନ୍ତି ଯେ ଯେତେବେଳେ ଆପଣ କୁହନ୍ତି ନମସ୍କାର ମୁଁ ଅମିତାଭ ବଚ୍ଚନ କହୁଛି, ଆଗରେ ଥିବା ଲୋକମାନେ ନର୍ଭସ ହୋଇଯାଆନ୍ତି। ଥରେ ମୁଁ ଆପଣଙ୍କୁ ଦେଖି କପି କରି କହିଲି, ‘ନମସ୍କାର ମୁଁ କପିଲ ଶର୍ମା କହୁଛି, ତାପରେ କହିଲେ ତୁ କମ୍ କଥା କହ, ବହୁତ କହୁଛି’। ଏହା ଶୁଣି ଅମିତାଭ ବଚ୍ଚନ ବହୁତ ହସନ୍ତି।

   Related Posts