ଖୁସି ଖବର : ଛୋଟ ପରଦାକୁ ପୁଣି ଫେରିଲେ ଅମିତାଭ ବଚ୍ଚନ , ଆଜି ରାତି ୯ଟାରେ ସୋନି ଟିଭିରେ ହେବ ଖୁଲାସା

Published By : Prameya-News7 Bureau | April 06, 2020 IST

ମୁମ୍ବାଇ ୬/୪: ଦେଶରେ କରୋନା ଭାଇରସର ଭୟାବହତା ଯୋଗୁଁ ଲକଡାଉନ୍ ଚାଲିଛି। ଏହା ସତ୍ବେ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ଫ୍ୟାନ୍ସଙ୍କ ପାଇଁ ଏକ ଚମତ୍କାର ପ୍ରୋଜେକ୍ଟ ଆଣୁଛନ୍ତି। ଅମିତାଭ ବଚ୍ଚନ ନିଜ ଟ୍ବିଟ୍ ଜରିଆରେ ଏହା କହିଛନ୍ତି ଯେ ସେ ଆଜି ରାତି ୯ଟାରେ କିଛି ନୂଆ କରିବାକୁ ଯାଉଛନ୍ତି। ଅମିତାଭ ସୋନି ଟିଭିର ଏକ ଟ୍ବିଟକୁ ସେୟାର କରିଛନ୍ତି।

wp:core-embed/twitter {"url":"https://twitter.com/SonyTV/status/1246800990516310016","type":"rich","providerNameSlug":"twitter","className":""}
https://twitter.com/SonyTV/status/1246800990516310016
/wp:core-embed/twitter

ଅମିତାଭ ଏହି ଭିଡିଓରେ କହିଛନ୍ତି ଯେ ଏହା ଏକ ଅଦ୍ଭୁତ,ଅକଳ୍ପନୀୟ ଏବଂ ଅସାଧାରଣ ଉଦ୍ୟମ ଯାହା ଆଗରୁ କେବେ ଦେଖାଯାଇନାହିଁ ନା କେବେ ହୋଇଛି। ଏହା ଏକ ସଂକଳ୍ପ,ଆପଣଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ। ସେ ଏହି ଭିଡିଓକୁ ଟ୍ବିଟରରେ ରିଟ୍ବିଟ୍ କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି- ଆମେ ଏକ ପରିବାର କିନ୍ତୁ ଆମ ଉଦ୍ୟମ ହେଉଛି ଏକ ବଡ଼ ଏବଂ ଉତ୍ତମ ପରିବାର ନିମନ୍ତେ। ଅମିତାଭଙ୍କ ଫ୍ୟାନ୍ ଏବେ ତାଙ୍କ ଏହି ପ୍ରୋଜେକ୍ଟକୁ ଅପେକ୍ଷା କରି ରହିଛନ୍ତି।

{"id":249692,"sizeSlug":"large"}

ଅମିତାଭ ଏହା ପୂର୍ବରୁ ଗତକାଲି ରାତି ୯ଟାରେ ଟର୍ଚ୍ଚ ଜଳାଇ ଏକତାର ସନ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପି ଲୋକଙ୍କୁ ଆହ୍ବାନ ଦେଇଥିଲେ ଯେ ଅପ୍ରେଲ୍ ୫ତାରିଖ ରାତି ୯ଟାବେଳେ ୯ମିନିଟ୍ ପାଇଁ ନିଜ ଘରେ ସବୁ ଲାଇଟ୍ ବନ୍ଦ କରି ଦୀପ ଜଳାଇ ଏକତାର ସନ୍ଦେଶ ଦିଆଯାଉ। ତାଙ୍କ ଏହି ମିଶନରେ ଭାରତର ସାଧାରଣ ଜନତାଙ୍କ ସହ ବଲିଉଡ,ଟିଭି ଏବଂ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମଧ୍ୟ ଦୀପ,ମହମବତୀ ଏବଂ ଟର୍ଚ୍ଚ ଜଳାଇ ତାଙ୍କ ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.