Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୟାଙ୍କ ବୟାନ ପରେ ବିଗ୍ ବିଙ୍କ ବଙ୍ଗଳା ‘ଜଲ୍‌ସା’ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି

16/09/2020 at 2:47 PM

ମୁମ୍ବାଇ ୧୬/୦୯ : ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ସୂଚନା ଅନୁଯାୟୀ, ସଂସଦରେ ଜୟା ବଚ୍ଚନ ଦେଇଥିବା ବୟାନ ପରେ ବିଗ୍ ବିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜୟାଙ୍କ ବୟାନ ପରେ ସୋସିଆଲ୍ ମିଡ଼ିଆରେ ଲୋକେ ଅମିତାଭ୍ ଓ ତାଙ୍କ ପରିବାରକୁ ଆକ୍ଷେପ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅମିତାଭଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  

ଅମିତାଭ ଓ ଜୟାଙ୍କ ଜୁହୁ ସ୍ଥିତ ଘର ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ସଂସଦର ମୌସୁମୀ ଅଧିବେଶନରେ ରବି କିଷାନଙ୍କ ଡ୍ରଗ୍ସ ମାମଲାର ବୟାନ ପରେ ଜୟା କହିଥିଲେ ଯେ ବଲିଉଡ୍ ଇଣ୍ଡଷ୍ଟ୍ରିର ଛବି ଖରାପ କରିବାକୁ ଉଦ୍ୟମ କରାଯାଉଛି । ଏହାପରେ ତାଙ୍କ ବଙ୍ଗଳା ବାହାରେ ମୁମ୍ବାଇ ପୋଲିସ ତରଫରୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରାଯାଇଛି ।

   Related Posts