କରୋନା ଯୋଗୁଁ ଆଇସୋଲେସନରେ ଅଛନ୍ତି ଅମିତାଭ ବଚ୍ଚନ : ଭାଇରାଲ୍ ଭିଡିଓରେ ଲୋକଙ୍କୁ କରୁଛନ୍ତି ସଚେତନ

Published By : Prameya-News7 Bureau | March 18, 2020 IST

ମୁମ୍ବାଇ ୧୮/୩: କରୋନା ଭାଇରସର ପ୍ରଭାବ ବିଦେଶ ସହ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସିନେମାରେ ମଧ୍ୟ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳୁଛି। ବଡ଼ ସ୍ତରରେ ସୁଟିଂକୁ କ୍ୟାନସଲ୍ କରାଯାଉଛି। ଷ୍ଟାରମାନେ ମଧ୍ୟ ନିଜ ସୁରକ୍ଷା ସହ ଫ୍ୟାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତିରେ ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ୍ ଏବଂ ଭିଡିଓ ଜୋରଦାର ଭାଇରାଲ ହେଉଛି।

{"id":240293,"width":588,"height":331,"sizeSlug":"large"}

କରୋନା ଭାଇରସର ପ୍ରକୋପ ଯୋଗୁଁ କେତେକ ବଲିଉଡ ଷ୍ଟାର ନିଜକୁ ଘରେ ପ୍ୟାକ୍ କରି ନେଇଛନ୍ତି। ଏହି ତାଲିକା​‌ରେ ଏବେ     ଶେହନଶାହ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ନିଜକୁ ସେଲଫ ଆଇସୋଲେସନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

wp:core-embed/twitter {"url":"https://twitter.com/SrBachchan/status/1239984306329509888","type":"rich","providerNameSlug":"twitter","className":""}
https://twitter.com/SrBachchan/status/1239984306329509888
/wp:core-embed/twitter

ଏହି କଥାର ସୂଚନା ନିଜେ ଅମିତାଭ ବଚ୍ଚନ ଦେଇଛନ୍ତି। ଅମିତାଭ ବଚ୍ଚନ ଟ୍ବିଟରରେ ହାତର ଏକ ଫଟୋ ଦେଇଛନ୍ତି ଯେଉଁଥିରେ ଏକ ଷ୍ଟାମ୍ପ ଲାଗିଛି। ଏହି ଷ୍ଟାମ୍ପରେ ସେଲ୍ଫ ଆଇସୋଲେସନ ଅର୍ଥାତ୍ କ୍ବାରେଣ୍ଟାଇନ୍  ହେବା ବିଷୟରେ ଲେଖାଯାଇଛି। ଏହି ଷ୍ଟାମ୍ପ ବିଏମସି ତରଫରୁ ସେହି ଲୋକଙ୍କୁ ଲଗାଯାଉଛି ଯେଉଁମାନେ କ୍ବାରେଣ୍ଟାଇନରେ ଅଛନ୍ତି।

{"id":240299,"width":589,"height":331,"sizeSlug":"large"}

ଅମିତାଭ ବଚ୍ଚନଙ୍କ କେବଳ ଟ୍ବିଟ୍ ନୁହେଁ ବରଂ ଏକ ଭିଡିଓ ମଧ୍ୟ ଜୋରସୋରରେ ଭାଇରାଲ୍ ହେଉଛି। ପ୍ରେସ୍ ଇନଫରମେସନ ବ୍ୟୁରୋ ତରଫରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଅମିତାଭ ଏହି ରୋଗରୁ ବର୍ତ୍ତିବା ପାଇଁ ଜରୁରୀ ପରାମର୍ଶ ଦେଉଛନ୍ତି।

wp:core-embed/youtube {"url":"https://www.youtube.com/watch?v=pwaoGOgsvwI\u0026feature=emb_title","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=pwaoGOgsvwI&feature=emb_title
/wp:core-embed/youtube

ଭିଡିଓରେ ଅମିତାଭ ବଚ୍ଚନ କହୁଛନ୍ତି ଯେ କୋଭିଡ ୧୯କୁ ବ୍ୟାପିବାକୁ ରୋକା ଯାଇ ପାରିବ। ଏଥିପାଇଁ ଆମ ସମସ୍ତଙ୍କୁ କେତେକ କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଯେପରିକି କାଶିବା ବେଳେ କିମ୍ବା ଛିଙ୍କିବା ବେଳେ ରୁମାଲ କିମ୍ବା ଟିସୁ ପେପର ବ୍ୟବହାର କରନ୍ତୁ। ବ୍ୟବହାର କରାଯାଇଥିବା ଟିସୁକୁ ତୁରନ୍ତ କଭରଡ ଡଷ୍ଟବିନରେ ଫିଙ୍ଗି ଦିଅନ୍ତୁ। ନିଜ ନାକ,ଆଖି ଏବଂ ମୁହଁରେ ହାତ ଲଗାନ୍ତୁ ନାହିଁ। ନିଜ ହାତ ମଝିରେ ମଝିରେ ସାବୁନରେ ଧୁଅନ୍ତୁ।

{"id":240301,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.