ଅମିତାଭ ବଚ୍ଚନଙ୍କ କୋଳରେ ଥିବା ଏହି ଶିଶୁ ଆଜି ବଲିଉଡର ଜଣେ ସୁପରଷ୍ଟାର
20/11/2019 at 1:33 PM

ମୁମ୍ବାଇ୨୦|୧୧: ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ବିଗ ବି ନାଁରେ ମଧ୍ୟ ପରିଚିତ।ଅମିତାଭ ବଚ୍ଚନ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଅମିତାଭ ନିଜ ଫ୍ୟାନ୍ସଙ୍କ ପାଇଁ ଅଧିକାଂଶ ସମୟ ପୁରୁଣା ଫଟୋ ସେୟାର କରନ୍ତି। ଏହା ସହ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି।ନିକଟରେ ବିଗ ବି ଏକତ ପୁରୁଣା ଫଟୋ ସେୟାର କରିଥିଲେ।

ଏହି ଫଟୋରେ ଅମିତାଭ ବଚ୍ଚନଙ୍କ ଆଖପାଖରେ ଅନେକ ଶିଶୁ ଦେଖାଯାଉଛନ୍ତି। ଫ୍ୟାନ୍ସ ଅମିତାଭଙ୍କୁ ଟାଗ୍ କରି ଏହି ପ୍ରଶ୍ନ କରିଛନ୍ତି ଯେ, ତାଙ୍କ କୋଳରେ ଥିବା ଶିଶୁ ଟି କିଏ। ଏହା ପରେ ଅମିତାଭ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ, ତାଙ୍କ କୋଳରେ ଥିବା ଶିଶୁ ହେଉଛନ୍ତି ଅଭିନେତ୍ରୀ କରୀନା କପୁର।

ଏହି ବ୍ଲାକ ଏଣ୍ଡ ହ୍ବାଇଟ୍ ଫଟୋରେ ଶ୍ବେତା ବଚ୍ଚନ ଓ କରୀସ୍ମା କପୁର ମଧ୍ୟ ନଜର ଆସୁଛନ୍ତି। ଏହା ସହ ଅମିତାଭ ବଚ୍ଚନ ଫିଲ୍ମ ପୁକାର ସେଟ୍ର କିଛି ପୁରୁଣା ଫଟୋ ସେୟାର କରିଥିଲେ। ଏହି ଫଟୋରେ ମଧ୍ୟ ସେ କରୀନାଙ୍କ ସହ ନଜର ଆସିଥିଲେ।

ପୁକାର ଫିଲ୍ମର ଶୁଟିଂ ସମୟରେ କରୀନାଙ୍କ ବାପା ରଣଧୀର ନିଜ ଝିଅକୁ ଅଧିକାଂଶ ସମୟରେ ଶୁଟିଂ ସେଟ୍କୁ ନେଇ ଆସନ୍ତି।

କରୀନା କପୁର ନିଜ ବାପାଙ୍କ ସହ ସେଟ୍କୁ ଯାଉଥିଲେ।ଏହି ସେଟ୍ ଗୋଆରେ ଥିଲା।କରୀନା କପୁର ଅନେକ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ କାମ କରିସାରିଛନ୍ତି।