Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଜନ୍ମଦିନରେ ଅମିତାଭ ବଚ୍ଚନଙ୍କୁ ମିଳିଲା ଏପରି ସରପ୍ରାଇଜ : ରୋକି ପାରିଲେ ନାହିଁ ଲୁହ

12/10/2019 at 1:31 PM

୧୨/୧୦: ଗତକାଲି ଅମିତାଭ ବଚ୍ଚନ ନିଜ ୭୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଖାସ୍ ଅବସରରେ ବିଗବିଙ୍କ ଘର ବାହାରେ ତାଙ୍କର ଅନେକ ପ୍ରଶଂସକ ପହଞ୍ଚିଥିଲେ ଏବଂ ଦୀର୍ଘାୟୁ କାମନା କରିଥିଲେ। ବଲିଉଡର ଦିଗ୍ଗଜ କଳାକାରମାନେ ମଧ୍ୟ ତାଙ୍କୁ ସୋଶିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ କୌନ ବନେଗା କରୋଡ଼ପତିରେ ଏକ ଏପରି ମୁହୂର୍ତ୍ତ ଆସିଥିଲା ଯେ ଅମିତାଭଙ୍କ ଆଖିରେ ଲୁହ ଆସିଯାଇଥିଲା।

କର୍ମବୀର ସ୍ପେଶାଲ ଶୋରେ ବାଳିକା ଦିବସ ଅବସରରେ ଦୀପା ମଲିକ ଏବଂ ମାନସୀ ଜୋଶୀ ପହଞ୍ଚିଥିଲେ। ଏହି ଦୁଇ ମହିଳା ଖେଳାଳୀ ପାରା ଅଲିମ୍ପିକରେ ଭାରତର ନାଁ ଉଜ୍ଜ୍ବଳ କରିଛନ୍ତି। ମାନସୀ ଜ​‌ଣେ ପାରା ଅଲିମ୍ପିକ୍ ବ୍ୟାଡମିଣ୍ଟନ ଖେଳାଳି ଏବଂ ଦୀପା ଜାଭଲିନ୍ ଥ୍ରୋ ଖେଳନ୍ତି।

ଶୋରେ ଆସିବା ପରେ ଦୀପା ମଲିକ ଏବଂ ମାନସୀ ଜୋଶୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ। ଦୀପା ମଳିକ ଶୋରେ କହିଥିଲେ ଯେ ପାରାଲିସିସ୍ ହେବା ପରେ ତାଙ୍କ ଦୁଇ ଝିଅ ତାଙ୍କର ଯତ୍ନ ନେଇଥିଲେ।

ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ଦୀପା ମଲ୍ଲିକ ତାଙ୍କୁ ଏକ ସରପ୍ରାଇଜ ଭିଡିଓ ଦେଖାଇଥିଲେ। ଏହି ଭିଡିଓରେ ଅମିତାଭ ବଚ୍ଚନ ନିଜ ମାଆ-ବାପା ଏବଂ ପରିବାରର ବାକି ସଦସ୍ୟଙ୍କ ସହ ନଜର ଆସିଥିଲେ। ଏହି ଭିଡିଓ ଦେଖି ଅମିତାଭ ଏତେ ଭାବୁକ ହୋଇଯାଇଥିଲେ ଯେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା।

ଏହି ଅବସରରେ କୌନ ବନେଗା କରୋଡ଼ପତିର ସେଟରେ ଖାସ୍ କରି ସଜା ଯାଇଥିଲା ଏବଂ ଏହି ଶୋ ରେ ପ୍ରସିଦ୍ଧ ସରୋଦ ବାଦକ ଅମଜଦ ଅଲ୍ଲି ଖାନ୍ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଏକ ନୂଆ ରାଗ ହରିବଂଶ କଲ୍ୟାଣ ପ୍ରସ୍ତୁତ କରିଥିଲେ।

   Related Posts