ଅମିତାଭଙ୍କ କରୋନା ରିପୋର୍ଟ ନେଗେଟିଭ୍ ଖବର ମିଛ, ନିଜେ ଟ୍ୱିଟ୍ କରି କହିଲେ ବିଗ୍ ବି

Published By : Prameya-News7 Bureau | July 23, 2020 IST

ମୁମ୍ବାଇ ୨୩/୦୭ : ମହାନାୟକ ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଖବର ସାମ୍ନାକୁ ଆସିଛି | ଏହି ଖବରକୁ ଅମିତାଭ ଖାରଜ କରିଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ, 'ଏହା ଭୁଲ ଏବଂ ଫେକ ନ୍ୟୁଜ, ଅସଂଶୋଧନିୟ ମିଛ |' 

wp:core-embed/twitter {"url":"https://twitter.com/ANI/status/1286265628253249536","type":"rich","providerNameSlug":"twitter","className":""}
https://twitter.com/ANI/status/1286265628253249536
/wp:core-embed/twitter

କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ଜୁଲାଇ ୧୧ ତାରିଖରୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିବା ମହାନାୟକ ଅମିତାଭଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଏବଂ ସେ ଏବେ ସୁସ୍ଥ ଅଛନ୍ତି | ସେ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଖବର ଆସିଥିଲା | ଅମିତାଭ ଯେମିତି ଏହି ଖବର ଜାଣିବାକୁ ପାଇଲେ ସେ ତୁରନ୍ତ ସୋସିଆଲ ମିଡ଼ିଆ ଜରିଆରେ ଏହି ଖବରକୁ ଖାରଜ କରି ଏହାକୁ ମିଛ ବୋଲି କହିଛନ୍ତି | ଏଥିରୁ ସ୍ପଷ୍ଟ ହୋଇଛି ଯେ ଅମିତାଭ ଏବେ ମଧ୍ୟ କରୋନା ସଂକ୍ରମିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.