KBCର ଶେଷ ଏପିସୋଡ୍ର ସୁଟିଂ ପୂରା କଲେ ବିଗ୍ ବି, ବ୍ଲଗ୍ରେ ଲେଖିଲେ ଅବସର ନେବା କଥା
14/01/2021 at 6:19 PM

ମୁମ୍ବାଇ ୧୪।୦୧: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ସଂପ୍ରତି ନିଜର ସବୁଠୁ ଲୋକପ୍ରିୟ ସୋ ‘କୌନ ବନେଗା କରୋଡପତି ୧୨’ର ହୋଷ୍ଟ କରୁଛନ୍ତି। ଏହାକୁ ନେଇ ନିକଟରେ ସେ ନିଜର ବ୍ଲଗ୍ ସୋର ଶେଷ ସୁଟିଂ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିସହ ବ୍ଲଗ୍ରେ ନିଜର ଅବସର ନେବା କଥା କହିଛନ୍ତି।
ବିଗ୍ ବି ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ରୁହନ୍ତି। ନିଜର ବ୍ଲଗ୍ ଜରିଆରେ ସେ ନିଜର ମନର କଥା ପ୍ରଶଂସକଙ୍କ ସାମ୍ନାରେ ରଖନ୍ତି। ନିଜର ବ୍ଲଗ୍ରେ ସେ ଅବସର ନେବା କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ଏବେ ଥକି ଯାଇଛି ଏବଂ ରିଟାୟର ହୋଇ ସାରିଛି। ମୁଁ ଆପଣ ସମସ୍ତଙ୍କଠୁ କ୍ଷମା ଚାହୁଁଛି କୌନ ବନେଗା କରୋଡପତି ସୁଟିଂର ଏହି ଶେଷ ଦିନ ବହୁତ ଲମ୍ବା ରହିଥିଲା।
ବିଗ୍ ବି ନିଜର ବ୍ଲଗରେ ସେଟ୍ରେ ଶେଷ ଦିନ କେମିତି କଟିଲା କହିଛନ୍ତି। ସେ ଲେଖିଛନ୍ତି, ସୁଟିଂର ଶେଷ ଦିନରେ ଯେଉଁ ଭଲ ପାଇବା ଓ ସ୍ନେହ ଦିଆଗଲା ତାହା ବିଦାୟ ଦେବା ପରି ଥିଲା। ସମସ୍ତେ ଏକାଠି ଜମା ହୋଇଥିଲେ। ମନ ଚାହୁଁଥିଲା ଏଠାରେ ରହିଯିବି ହେଲେ ଆଗକୁ ତ ବଢିବାକୁ ପଡିବ। ମୁଁ ଆଶା କରୁଛି ଯେ, ଖୁବ୍ ଶୀଘ୍ର ଏହା ପୁଣି ଥରେ ଆସୁ। କ୍ରୁ ଓ ଟିମ୍ର ପ୍ରତିଟି ସଦସ୍ୟ ମୋର ବହୁତ ଯତ୍ନ ନେଇଛନ୍ତି। ଏମିତି ସ୍ନେହ ଶ୍ରଦ୍ଧା ଆପଣଙ୍କୁ ସେଟ୍ ଆଡକୁ ଟାଣିଥାଏ। ସେଟ୍ର ପ୍ରତିଟି ସଦସ୍ୟ ସହ ସମୟ କାଟିଛି। ଅନେକ ମାସର ସ୍ମରଣୀୟ ମୁହୂର୍ତ୍ତ ଏଠାରେ ବିତାଇଛି।