ଭାରତର 3rd ଟି-୨୦ ବିଜୟକୁ ଟ୍ୱିଟ୍‌ରେ ଏପରି ସେଲିବ୍ରେଟ୍ କରିଛନ୍ତି ବିଗ୍-ବି, ମାତ୍ର କିଛି ମିନିଟରେ ଜାଣନ୍ତୁ ମିଳିଛି କେତେ like

Published By : Prameya-News7 Bureau | January 29, 2020 IST

ମୁମ୍ବାଇ ୨୯।୧: ହାମିଲଟନ ସେଡାନ ପାର୍କରେ ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସୁପରଓଭର ବିଜୟକୁ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସେଲିବ୍ରେଟ୍ କରିବା ଲାଗି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲର ସାହାରା ନେଇଛନ୍ତି। ବିଜୟରେ ବିଗ୍ ବି ଏତେ ଭାବପ୍ରବଣ ହୋଇଉଠିଥିଲେ ଯେ ତାଙ୍କ ଟ୍ୱିଟ୍‌କୁ ମାତ୍ର କିଛି ମିନିଟ୍‌ରେ ୫ ହଜାରରୁ ବି ଅଧିକ ଲାଇକ୍ ଓ ସେୟାର ମିଳିଛି।

wp:html /wp:html

ବୁଧବାର ହାମିଲଟନ୍ ମ୍ୟାଚ୍ ବାସ୍ତବିକ ଚିତ୍ତାକର୍ଷକ ଥିଲା।  ବିଜୟ ଲାଗି ନ୍ୟୁଜିଲ୍ୟାଣ୍ଡ ଜୋରଦାର ସଂଘର୍ଷ କରିଥିଲେ ହେଁ ଓଭର ଶେଷରେ ମ୍ୟାଚ୍ ଟାଇ ହୋଇଥିଲା। ଏଣୁ ବିଜେତାଙ୍କ ନିଷ୍ପତ୍ତି ନେବା ଲାଗି ସୁପର ଓଭର ଖେଳାଯାଇଥିଲା। ଏଥିରେ ନ୍ୟୁଜିଲ୍ୟାଣ୍ଡର ଜବାବରେ ଟିମ୍ ଇଣ୍ଡିଆ ୨ ବଲରୁ ୧୦ ରନ୍ ଆବଶ୍ୟକ କରୁଥିବା ବେଳେ ବ୍ୟାଟସ୍‌ମ୍ୟାନ ରୋହିତ ଶର୍ମା ଲାଗ ଲାଗ୍ ୨ଟି ଛକା ମାରି ଟିମ୍‌ର ବିଜୟ ସୁନିଶ୍ଚିତ କରିଥିଲେ।

{"id":217514,"width":579,"height":834,"sizeSlug":"large"}

ରୋହିତଙ୍କ ଚିତାକର୍ଷକ ଛକାରେ ଅମିତାଭ ଏତେ ବିହ୍ୱଳିତ ହୋଇପଡିଥିଲେ ଯେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଲେଖିଥିଲେ ‘ଅବଶ୍ୱସନୀୟ’। ଟ୍ୱିଟ୍‌ରେ ଅନେକ ଜାତୀୟ ପତାକା  ବି ଲଗାଇଥିଲେ ବିଗ୍‌-ବି। ଯାହା ପୋଷ୍ଟ ହେଉ ହେଉ ବିପୁଳ ଲାଇକ୍ ସଂଗ୍ରହ କରିସାରିଲାଣି। ତେବେ କ୍ରିକେଟ୍ ଲାଗି ଅମିତାଭଙ୍କ ଟ୍ୱିଟ୍ କିଛି ନୂଆ କଥା ନୁହେଁ। ସେ ପୂର୍ବରୁ ବି ଅନେକ ଟ୍ୱିଟ୍‌ କରିଛନ୍ତି। ଗତ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ର ଇଣ୍ଡିଆ ଟୁର ବେଳେ ଅମିତାଭ ଫିଲ୍ମ ଷ୍ଟାଇଲରେ ଟ୍ୱିଟ୍ କରି ତାଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ  ଚର୍ଚ୍ଚା ସାଉଁଟିଥିଲେ। ସେହିପରି ଅତୀତରେ ୨୦୧୯ ୱାର୍ଲଡ କପ୍ ବେଳେ ଇଂଲଣ୍ଡ ଠାରୁ ନ୍ୟୁଜିଲ୍ୟାଣ୍ଡର ପରାଜୟରେ ମଧ୍ୟ ବିଗ୍ ବି ମଜାଦାର ଟ୍ୱିଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.