୭୮ ବର୍ଷ ବୟସରେ ପାଦ ଥାପିଲେ ଅମିତାଭ ବଚ୍ଚନ, ଜନ୍ମଦିନରେ ପ୍ରଶଂସକଙ୍କୁ ଦେଲେ ଏମିତି ଧନ୍ୟବାଦ

Published By : Prameya-News7 Bureau | October 11, 2020 IST

ମୁମ୍ବାଇ ୧୧/୧୦: ବଲିଉଡ ବାଦଶାହ ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୭୭ ପୂରି ୭୮ ବର୍ଷ ବୟସରେ ପାଦ ରଖିଲେ। ଏହି ଅବସରରେ ବିଗ ବି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋକୁ ସେୟାର କରି ଅଲଗା ଅଲଗା ଭାଷାରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ଲେଖିଛନ୍ତି ଆପଣମାନଙ୍କ ଉଦାରତା ଓ ଭଲପାଇବା ମୋ ପାଇଁ ସବୁଠୁ ବଡ଼ ଉପହାର। ଏହାଠାରୁ ଅଧିକ ମୁଁ ଆଉ କିଛି ମାଗି ପାରିବି ନାହିଁ।

ଅମିତାଭଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଂଶସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ବିଗ ବି ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗଭୀର ସମ୍ବନ୍ଧ । କରୋନାରେ ଆକ୍ରାନ୍ତ ହେବା ପ​‌ରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନ୍ୟପଟେ ସେ ହସପିଟାଲରେ ଥାଇ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଥିଲେ।

କିଛି ଦିନ ତଳେ ସେ ସୋସିଆଲ ମିଡ଼ିଆରେ କହିଥିଲେ କେବିସି ସେଟରେ ସେ ୧୨ ଘଣ୍ଟା କାମ କରୁଛନ୍ତି। ସେଟରୁ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ, ‘କାମରେ ଅଛି, କେବିସି ସେଟରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ। ଏହା ପରେ ରେକର୍ଡିଂ ପାଇଁ ମଧ୍ୟ ଅଛି। ବିନା ପରିଶ୍ରମରେ ଜୀବନରେ କିଛି ବି ମିଳି ନ ଥାଏ।’ ଏହା ବାଦ ସେ କହନ୍ତି ଯେତେ ପର୍ଯ୍ୟନ୍ତ ଜୀବନ ରହିଛି ସେତେ ପର୍ଯ୍ୟନ୍ତ ଜାରି ରହିଛି ସଂଘର୍ଷ ।

ସୂଚନାଯୋଗ୍ୟ ଖୁବଶୀଘ୍ର ଅମିତାଭ ବଚ୍ଚନ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ। ସିନେମାରେ ଆଲିଆ ଭଟ୍ଟ ଓ ରଣବୀର ମୁଖ୍ୟ ଭୂମିକାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.