ପରେଶ ରାଓ୍ବଲଙ୍କ ପୁଅ ଆଦିତ୍ୟଙ୍କ ଡେବ୍ୟୁ ଫିଲ୍ମ ପାଇଁ ଶୁଭକାମନା ଜଣାଇଲେ ବିଗ୍ ବି ଅମିତାଭ ବଚ୍ଚନ

Published By : Prameya-News7 Bureau | April 05, 2020 IST

ମୁମ୍ବାଇ ୫/୪: ଅଭିନେତା ପରେଶ ରାଓ୍ବଲ୍ ବର୍ଷ ବର୍ଷ ଧରି ନିଜ ଜବରଦସ୍ତ ଆକ୍ଟିଂ ବଳରେ ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି। ନିଜ ଲମ୍ବା କ୍ୟାରିୟରରେ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏବେ ପରେଶ ରାଓ୍ବଲଙ୍କ ପୁଅ ଆଦିତ୍ୟ ରାଓ୍ବଲ୍ ମଧ୍ୟ ନିଜ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

{"id":249262,"sizeSlug":"large"}

ଆଦିତ୍ୟ ରାଓ୍ବଲ୍ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଆକ୍ଟିଂ ଦୁନିଆରେ ପାଦ ଥାପିବେ। ସେ ZEE5 ଫିଲ୍ମ ‘ବମ୍ଫାଡ଼ରେ ନିଜର ଡେବ୍ୟୁ କରିବେ। ଫିଲ୍ମର ନିର୍ଦେଶନା ମଧ୍ୟ ରଞ୍ଜନ ଚନ୍ଦେଲ୍ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଶାଳିନୀ ପାଣ୍ଡେ ଅଭିନୟ କରୁଛନ୍ତି।

wp:core-embed/twitter {"url":"https://twitter.com/SrBachchan/status/1246481636092334081","type":"rich","providerNameSlug":"twitter","className":""}
https://twitter.com/SrBachchan/status/1246481636092334081
/wp:core-embed/twitter

କିଛି ଦିନ ତଳେ ପରେଶ ରାଓ୍ବଲ ନିଜେ ସୋସିଆଲ ମିଡିଆରେ ନିଜ ପୁଅଙ୍କ ଡେବ୍ୟୁ ବିଷୟରେ କହିଥିଲେ। ଏବେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ଆଦିତ୍ୟଙ୍କୁ ଶୁଭକାମନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.