ଅର୍ଗାନ୍ ଡୋନେଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଗ୍ ବି: ଟ୍ୱିଟ୍ କରି ଦେଇଛନ୍ତି ସୂଚନା

Published By : Prameya-News7 Bureau | September 30, 2020 IST

ମୁମ୍ବାଇ ୩୦/୦୯ : ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ସୋସିଆଲ୍ ମିଡ଼ିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ସୋସିଆଲ୍ ମିଡ଼ିଆରେ ସେ ସବୁବେଳେ ନିଜ ଫଟୋ ସହିତ ନିଜ ପିତାଙ୍କ ପଂକ୍ତି ମଧ୍ୟ ସେୟାର କରନ୍ତି ଯାହାକୁ ପଢି ପ୍ରଶଂସକ ବହୁତ ଖୁସି ହୁଅନ୍ତି । କରୋନା ଭାଇରସ୍ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ସେ ମହାରାଷ୍ଟ୍ରରେ ଫସି ରହିଥିବା ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ବିମାନ ଓ ବସ ଯୋଗେ ସୁରକ୍ଷିତ ସେମାନଙ୍କ ଘରକୁ ପଠାଇଥିଲେ । ବିଗ୍ ବି ଅମିତାଭ୍ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ଅର୍ଗାନ୍ ଦାନ ଜାରିବାକୁ ଘୋଷଣା କରିଛନ୍ତି । ସୋସିଆଲ୍ ମିଡ଼ିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।

{"id":336405,"sizeSlug":"large"}

ଅମିତାଭ ବଚ୍ଚନ ଏକ ଟ୍ୱିଟ କରିଛନ୍ତି । ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି । ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, "ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି । ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଛି ।"

wp:core-embed/twitter {"url":"https://twitter.com/SrBachchan/status/1311027141404848128","type":"rich","providerNameSlug":"twitter","className":""}
https://twitter.com/SrBachchan/status/1311027141404848128
/wp:core-embed/twitter

ଅମିତାଭଙ୍କ ଟ୍ୱିଟରେ ଅନେକ ପ୍ରଶଂସକ ଜବାବ ଦେଇଛନ୍ତି । ଏହାସହ ଅନେକ ଲୋକ ନିଜର ଅର୍ଗାନ ଡୋନର ସାର୍ଟିଫିକେଟ ସେୟାର କରିଛନ୍ତି । ଆଉ କିଛି ପ୍ରଶଂସକ ଅମିତାଭଙ୍କ ପଦାନୁସରଣ କରି ଅର୍ଗାନ୍ ଡୋନେଟ୍ କରିବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.