ଗଣତନ୍ତ୍ର ଦିବସ ୨୦୨୧ : ହାତରେ ତ୍ରିରଙ୍ଗା ଧରି ଅମିତାଭ ବଚ୍ଚନ , ସୋନୁ ସୁଦଙ୍କ ସମେତ ଅନ୍ୟ ଷ୍ଟାରମାନେ ଦେଲେ ୭୨ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା

Published By : Prameya-News7 Bureau | January 26, 2021 IST

ମୁମ୍ବାଇ ୨୬/୦୧ : ଆଜି ସମଗ୍ର ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଆଜି ସେଇ ଦିନ ଯେବେ ଆମ ଦେଶକୁ ନିଜର ସମ୍ବିଧାନ ମିଳିଥିଲା । ଏହାପରେ ଭାରତ ଦେଶ ଏକ ଗଣତନ୍ତ୍ର ଦେଶ ଭାବରେ ପରିଣତ ହୋଇଥିଲା । ୭୨ତମ ଗଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶରେ ଖୁସିର ବାତାବରଣ ଦେଖିଦାକୁ ମିଳିଛି । ବଲିଉଡ୍ ଷ୍ଟାରମାନେ ମଧ୍ୟ ଭାରତର ୭୨ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଟ୍ୱିଟର୍ ରେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ଅମିତାଭ ବଚ୍ଚନ :

 ଅମିତାଭ ବଚ୍ଚନ, ହାତରେ ଜାତୀୟ ପତାକା ଧରି ଟ୍ୱିଟର ରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ସେ କ୍ୟାପସନ୍ ରେ ଲେଖିଛନ୍ତି, ‘୨୬ ଜାନୁଆରୀ....ଗଣତନ୍ତ୍ର ଦିବସ....ସୁଖ, ଶାନ୍ତି ସମୃଦ୍ଧି ଦେଉ ଏବଂ ସୁରକ୍ଷିତ ରୁହନ୍ତୁ’ ।

ଜନ୍ ଆବ୍ରାହମ :

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍‌ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ କିଛି ଖାସ ଘୋଷଣା ମଧ୍ୟ କରିଛନ୍ତି । ଜନ୍ ଟ୍ୱିଟର ଅକାଉଣ୍ଟରେ ତ୍ରିରଙ୍ଗା ଧରି ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ତନ୍ ମନ୍ ଧନ୍ ଠାରୁ ବଳି ଯନ୍ ମନ୍ ଗଣ୍ । ସତ୍ୟମେବ ଜୟତେ ୨ ର ଟିମ ର ସମସ୍ତ ସଦସ୍ୟଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା । ୧୪ ମେ ୨୦୨୧ ଇଦ୍‌ରେ ସିନେମାହଲ୍ ରେ  ଆପଣଙ୍କ ସହିତ ଭେଟ ହେବ’ ।

ସନି ଦେୱଲ୍ :

ସନି ଦେୱଲ୍ ଟ୍ବିଟ୍‌ କରି କହିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା । ଆସନ୍ତୁ ଆମେ ସମସ୍ତେ ଦେଶରେ ଶାନ୍ତି ଏବଂ ସାମାଜିକ ସମନ୍ୱୟ ପାଇଁ ଏକାଠି ରହିବାର ସଂକଳ୍ପ ନେବା ଏବଂ ନିରନ୍ତର ବିକାଶରେ ସହଭାଗି ହେବ’ ।

ମନୋଜ ବାଜପେୟୀ :

 ମନୋଜ ବାଜପେୟୀ ତ୍ରିରଙ୍ଗା ସହିତ ଫଟୋ ସେୟାର କରି ଟ୍ୱିଟ୍ କରିଛନ୍ତି, ହାପି ରିପବ୍ଲିକ୍ ଡେ ।

ରକୁଲ୍ ପ୍ରୀତ୍ ସିଂ :

ବଲିଉଡ୍ ଅଭିନେତ୍ରୀ ରକୁଲ୍ ପ୍ରିତ୍ ସିଂ ଟ୍ୱିଟ୍ କରି ଲେଖିଛନ୍ତି, ‘ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ମୁଁ ଆଶା ଏବଂ ପ୍ରାର୍ଥନା କରୁଛି ଆମେ ନିଜର କର୍ତ୍ତବ୍ୟ ଏବଂ ଅଧିକାରକୁ ଉଚିତ୍ ଅର୍ଥରେ ବୁଝିବା ଏବଂ ନିଜ ଦେଶକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ପାଇେଁ ପ୍ରୟାସ କରିବା । ଜୟ ହିନ୍ଦ୍’ ।

 ସୋନୁ ସୁଦ୍ :

ସୋନୁ ସୁଦ୍ ତ୍ରିରଙ୍ଗା ସହିତ ଫଟୋ ସେୟାର କରି ଲେଖିଛନ୍ତି, ‘ଜୀବନ ବଦଳାଇବାକୁ ଶପଥ । ଗଣତନ୍ତ୍ର ଦିବସର ଶୁଭକାମନା’।

ତାପସୀ ପନ୍ନୁ :

ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦେବାକୁ ଯାଇ ଟ୍ୱିଟ୍ କରି ଲେଖିଛନ୍ତି , ‘୭୨ତମ ଗଣତନ୍ତ୍ର ଦିବସର ଶୁଭକାମନା ଏବଂ ଆମେ ସମସ୍ତେ ନିଜର ସମ୍ବିଧାନକୁ ଯେତିକି ମାନନ୍ତି ସେତିକି ପଢନ୍ତି ଏବଂ ବୁଝନ୍ତି । ଆମେ ବାସ୍ତବରେ ଯାହା, ତାହାଠାରୁ ଅଧିକ ଦେଶଭକ୍ତ ହେବାରେ ସାହାଯ୍ୟ କରିବା ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.