Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ଅଜଣା ଗାଡି ଧକ୍କାରେ ଅଟୋ ଚାଳକ ମୃତ, ଅଲଗା ହୋଇଗଲା ମୁଣ୍ଡ-ଗଣ୍ଡି
  • ||
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ସ୍ବାସ୍ଥାବସ୍ଥାରେ ସୁଧାର ଆସୁଛି କିନ୍ତୁ ଆହୁରି ୭ଦିନ ନାନାବତୀ ହସ୍ପିଟାଲରେ ରହିବେ ବିଗ୍ ବି ଏବଂ ଜୁନିୟର

14/07/2020 at 5:09 PM

ମୁମ୍ବାଇ ୧୪/୭: କରୋନା ପଜିଟିଭ ଜଣା ପଡ଼ିବା ପରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଖବର ଆସିଛି। କୁହାଯାଉଛି ଯେ ଡାକ୍ତର ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ ଅତି କମରେ ୭ଦିନ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୧୧ତାରିଖରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଟ୍ବିଟର ଜରିଆରେ ସଂକ୍ରମିତ ଥିବା ଘୋଷଣା କରିଥିଲେ। ଉଭୟଙ୍କର ନାନାବତୀ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଉଭୟଙ୍କ ସ୍ବାସ୍ଥାବସ୍ଥା ସ୍ଥିର,ଉଭୟଙ୍କ ଅବସ୍ଥାରେ ସୁଧାର ଆସିଛି। ଔଷଧର ଜୋର ସୋରରେ ପ୍ରଭାବ ଦେଖା ଦେଉଛି। ତାଙ୍କୁ ଚିକିତ୍ସା ପାଇଁ ଅତି କମରେ ୭ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ।

ବଚ୍ଚନ ପରିବାରରେ ଅମିତାଭ ଏବଂ ଅଭିଷେକ କରୋନାରେ ସଂକ୍ରମିତ ଜଣା ପଡ଼ିବା ପରେ ଅନେକ ଲୋକଙ୍କ ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟରେ ଐଶ୍ବର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଅଭିଷେକଙ୍କ ମାଆ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ଘରେ ଚିକିତ୍ସା ଚାଲିଛି। ସେମାନେ ଆଇସୋଲେସନରେ ଅଛନ୍ତି। ବଚ୍ଚନ ପରିବାରର ଷ୍ଟାଫଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଛି କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ୨୬ଜଣଙ୍କ ଟେଷ୍ଟ୍ କରାଯାଇଥିଲା।


   Related Posts