ଅମିତାଭ ବଚ୍ଚନ କରୋନା ପଜିଟିଭ୍, ନାନାବତୀ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 11, 2020 IST

ମୁମ୍ବାଇ ୧୧।୦୯୭: ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏହାର  ସୂଚନା ଦେଇଛନ୍ତି।

wp:html /wp:html

ଅମିତାଭ ବଚ୍ଚନ ଟ୍ଵିଟ୍ କରି ଲେଖିଛନ୍ତି, ମୋ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଛି। ପରିବାର ଏବଂ ବାକି ସଦସ୍ୟଙ୍କ କରୋନା ଟେଷ୍ଟ  କରାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଗତ ୧୦ ଦିନରେ ଯେଉଁମାନେ ମୋର ନିକଟରେ ଥିଲେ, ସେମାନଙ୍କୁ ମୋର ଅନୁରୋଧ ନିଜର ଟେଷ୍ଟ କରାନ୍ତୁ।

କୁହାଯାଉଛି ଯେ, ଲକ୍‌ଡାଉନ୍ ପରଠୁ ଅମିତାଭ ବଚ୍ଚନ ନିଜର ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ଥରୁଟିଏ ହେଲେ ହସ୍ପିଟାଲ ଯାଇପାରିନଥିଲେ। ଏବେ ସ୍ଥିତି  ଟିକେ ସ୍ଵାଭାବିକ ହେବାରୁ ଏବଂ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଶନିବାର ସନ୍ଧ୍ୟାରେ ସେ ନିଜ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ନାନାବତୀ ହସ୍ପିଟାଲ ପହଞ୍ଚିଥିଲେ।

ବିଗ୍ ବିଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି, ଯାହାକୁ ସେ ପୂରା କରିବାକୁ ଚାହାନ୍ତି। ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ଉପରେ ନଜର ପକାଇଲେ ଏଥିରେ ଚେହେରେ, ବ୍ରହ୍ମାସ୍ତ୍ର, ବଟରଫ୍ଲାଇ, ଝୁଣ୍ଡ ଓ Uyarndha Manithan ପରି ଫିଲ୍ମ ସାମିଲ।

ନିକଟରେ ଆମାଜନ ପ୍ରାଇମ୍‌ ଭିଡିଓରେ ତାଙ୍କର ଫିଲ୍ମ ଗୁଲାବୋ ସିତାବୋ ରିଲିଜ୍ ହୋଇଛି। ଅନଲାଇନ୍‌ ପ୍ଲାଟଫର୍ମରେ ରିଲିଜ୍ ହେବାରେ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏଥିରେ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅମିତାଭ ବଚ୍ଚନ ସାମାଜିକ ଗଣମାଧ୍ୟମ ଟୁଇଟ୍‌ରେ ବିଶେଷ ସକ୍ରିୟ ଥାନ୍ତି ଏବଂ ନିଜର ଗତିବିଧି ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.