ଜଲ୍‌ସାରୁ ଜନକ ପର୍ଯ୍ୟନ୍ତ ମୁମ୍ୱାଇରେ ଲମ୍ୱିଛି ଅମିତାଭ୍‌ଙ୍କ ସମ୍ପତ୍ତି, ପଢ଼ିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | June 01, 2021 IST

ମୁମ୍ୱାଇ, ୦୧/୦୬: ବଲିଉଡ୍‌ର ଚର୍ଚ୍ଚିତ ଚେହେରା ତଥା ଭେଟେରାନ୍‌ ଅଭିନେତା ଅମିତାଭ୍‌ ବଚ୍ଚନଙ୍କର ଅନେକ ସମ୍ପତ୍ତି ଥିବା ଆପଣ ଶୁଣିଥିବେ । ଏବେ କିଛି ଦିନ ତଳେ ଏହି ସମ୍ପତ୍ତି ତାଲିକାରେ ସେ ଆଉ ଏକ ନୂଆ ଆପର୍ଟମେଣ୍ଟ୍‌ ଯୋଡ଼ିଛନ୍ତି । ଯାହା ଏକ ୫,୭୦୪ ବର୍ଗଫୁଟ୍‌ର ଡୁପ୍ଲେକ୍ସ ଆପାର୍ଟମେଣ୍ଟ୍‌ ଥିବା ବେଳେ ଏହାକୁ ସେ ୩୧ କୋଟି ଟଙ୍କା ଦେଇ କିଣିଥିଲେ ।

Amitabh Bachchan's Properties And Assets: Net Worth, Bungalows and Total  Wealth

ଜାଣନ୍ତୁ ଅମିତାଭ୍‌ଙ୍କ ସମ୍ପତ୍ତି ତାଲିକା-

ଜିହୁ ଏବଂ ଜଲ୍‌ସା- ଏହି ବଙ୍ଗଳାକୁ ଅମିତାଭ୍‌ ପ୍ରଜୋଜକ ଏନ୍‌ସି ସିପିଙ୍କ ଠାରୁ କିଣିଥିଲେ । ବର୍ତ୍ତମାନ ବଚ୍ଚନ ପରିବାର ଏହି ବଙ୍ଗଳାରେ ରହୁଥିବା ଜଣାପଡ଼ିଛି । ଭୋଗ୍ୟୁ ଇଣ୍ଡିଆର ତଥ୍ୟ ଅନୁସାରେ ୧୦,୧୨୫ ବର୍ଗଫୁଟ୍‌ର ଏହି ବିଲ୍ଡିଂର ନାମ ଜେଲ୍‌ସା ଅର୍ଥାତ ସେଲେବ୍ରେସନ୍‌ । ଏହା ଜିହୁର ଜେ ଡବ୍ଲୁ ମିରଟ୍‌ ନିକଟରେ ଅବସ୍ଥିତ ।

ଅମିତାଭ୍‌ ୨୦୧୩ରେ ମଧ୍ୟ ଏକ ସମ୍ପତ୍ତି କିଣିଥିଲେ । ଯାହାର ମୂଲ୍ୟ ୫୦ କୋଟି ହୋଇଥିବା ବେଳେ ଏହା ୮ ହଜାର ବର୍ଗଫୁଟ୍‌ ପରିମିତ ।

Amitabh Bachchan House and Properties: A brief estimation

ୱାର୍କ ସାନ୍ଚୁଆରୀ ଜନକ- ଭୋଗ୍ୟୁ ଇଣ୍ଡିଆର ତଥ୍ୟ ମୁତାବକ ଏହି ସମ୍ପତ୍ତି ଜଲ୍‌ସା ପାଖାପାଖି ରହିଛି । ଏଠାରେ ଅମିତାଭ୍‌ଙ୍କ ଅଫିସ୍‌ କାର୍ଯ୍ୟ କରାଯାଇଥାଏ । ଜନକର ଅର୍ଥ ପିତା । ସେ ସେଠାରେ ନାତି ଅଗସ୍ତ୍ୟା ନନ୍ଦଙ୍କ ସହ କାମ କରୁଥିବାର ଦେଖା ଯାଆନ୍ତି । ଏହାକୁ ସେ ୨୦୦୪ରେ କିଣିଥିଲେ । ଯାହାର ମୂଲ୍ୟ ୫୦ କୋଟି ଟଙ୍କା ଥିଲା ।

Amitabh Bachchan's House - Photos, Area, Interior, Address & More »  StarsUnfolded

ପ୍ରତୀକ୍ଷା- ଏହି ସମ୍ପତ୍ତି ଅମିତାଭ୍‌ଙ୍କର ଜିହୁ ଠାରେ ରହିଛି । ଭୋଗ୍ୟୁ ଇଣ୍ଡିଆର ତଥ୍ୟ ଅନୁସାରେ ସେ ଏହି ଘରେ ତାଙ୍କ ବାପା ଏବଂ ମାଆଙ୍କ ସହିତ ରହୁଥିଲେ । ଏହାକୁ ତାଙ୍କ ପରିବାର ୧୯୭୬ ମସିହାରେ କିଣିଥିଲେ । ଏନେଇ ଅମିତାଭ୍‌ ତାଙ୍କ ଇନ୍‌ଷ୍ଟାରେ ପୋଷ୍ଟ କରିଥିଲେ ।

Amitabh Bachchan's House - Photos, Area, Interior, Address & More »  StarsUnfolded

ଭିସ୍ତା- ଏହାକୁ ବଚ୍ଚନ ପରିବାର କିଣିଥିଲେ । ଏହି ବିଲ୍ଡିଂଟି ଜୁହୁରେ ରହିଛି । ଏହାକୁ ସିଟି ବ୍ୟାଙ୍କକୁ ଭଡ଼ାରେ ଦିଆଯାଇଥିବା ଜଣାପଡ଼ିଛି । ଏଥିସହିତ ଆହ୍ଲାବାଦରେ ମଧ୍ୟ ତାଙ୍କର ସମ୍ପତ୍ତି ରହିଛି । ଯାହାକି ଏବେ ଏକ ଏଜ୍ୟୁକେସ୍‌ନାଲ୍‌ ଟ୍ରଷ୍ଟ ଭାବେ କାର୍ଯ୍ୟ କରୁଛି । ଅମିତାଭ୍‌ଙ୍କର ମଧ୍ୟ ଗୁର୍‌ଗାଓଁରେ କିଛି ସମ୍ପତ୍ତି ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.