ଜେରକ୍ସ ଦୋକାନ ଚଳାଉଥିବା ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ଚିଠି ଲେଖନ୍ତି ଅମିତାଭ : ଜାଣନ୍ତୁ କାହିଁକି

Published By : Prameya-News7 Bureau | June 02, 2019 IST

ରାଜକୋଟ ୨/୬ : ଭୃଣ ହତ୍ୟାର ଅନେକ ମେସେଜ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ଶିଶୁ ଜନ୍ମ ହେବା ପୁର୍ବରୁ ଯଦି ବାପା ମା ଜାଣିବାକୁ ପାଆନ୍ତି ଯେ ତାଙ୍କର ଦିବ୍ୟାଙ୍ଗ ଶିଶୁ ଜନ୍ମ ହେବାର ଅଛି ତାହେଲେ ମଧ୍ୟ ଶିଶୁକୁ ଜନ୍ମ ହେବ ପୂର୍ବରୁ ହତ୍ୟା କରିଦିଅନ୍ତି । ଏହିଭଳି ଅନେକ ଘଟଣା ପ୍ରତିଦିନ କେଉଁଠି ନ କେଉଁଠି ଘଟିଥାଏ । ଝିଅ ଜନ୍ମ ହେବାରେ ଥିବା ଜାଣି ମଧ୍ୟ ଅନେକ ଲୋକ ଭୃଣ ହତ୍ୟା କରିଥାନ୍ତି । ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ସମାଜରେ ଆଜି ମଧ୍ୟ ହୀନ ମାନସିକତା ରହିଛି । ଲୋକେ ଭୁଲି ଯାଉଛନ୍ତି ଯେ, ଝିଅ ହେଉ କିମ୍ବା ଦିବ୍ୟାଙ୍ଗ, ସମସ୍ତେ ସମାଜକୁ ନିଜର ଯୋଗଦାନ ଦେଇପାରିବେ । ସେଥିପାଇଁ ତାଙ୍କୁ ସଠିକ ରାସ୍ତା  ଏବଂ ପ୍ରୋତ୍ସାହନ ମିଳିବା ଦରକାର ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜକୋଟ ଜିଲ୍ଲାରେ । ସମାଜ ପାଇଁ ଉଦାହରଣ  ସୃଷ୍ଟି କରିଛନ୍ତି ଏହି ଦିବ୍ୟାଙ୍ଗ ଯୁବତୀ । ଯୁବତୀଙ୍କ ଚିଠିର ଜବାବ ଦେଇଥାନ୍ତି ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର । ଅମିତାଭ ନିଜେ ମଧ୍ୟ ଏହି ଯୁବତୀଙ୍କୁ ଚିଠି ଲେଖନ୍ତି । ଯୁବତୀଙ୍କ ମନୋବଳ ବଢାଇବା ପାଇଁ ଅମିତାଭ ତାଙ୍କୁ ଚିଠି ଲେଖନ୍ତି ।

{"id":118723}

ଗୁଜରାଟ ରାଜକୋଟ ଜିଲ୍ଲାର ଜେତପୁରର ବନ୍ଦନା କଟାରିୟା ଜନ୍ମରୁ ହିଁ ଦିବ୍ୟାଙ୍ଗ । ବନ୍ଦନାଙ୍କ ଶରୀରର ୮୦ ପ୍ରତିଶତ କାମ କରେନାହିଁ । ତଥାପି ସେ କାମ କରନ୍ତି । ତାଙ୍କର ଗୋଟିଏ ଜେରକ୍ସ ଦୋକାନ ଅଛି । ସେ ନିଜେ ଗ୍ରାହକଙ୍କୁ ଜେରକ୍ସ କରି ଦିଅନ୍ତି । ଜୀବନ ଜୀବିକା ପାଇଁ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି ।

ବନ୍ଦନା  ବାଣିଜ୍ୟରେ ସ୍ନାତକ କରିଛନ୍ତି । ସେ ନିଜ ଗୋଡରେ ମୋବାଇଲ, ଟିଭି, ଲାପଟପ ଓ ଜେରକ୍ସ ମେସିନ ଚଲାନ୍ତି । କୌଣସି ସମସ୍ୟା ହେଲେ ତାଙ୍କ ମା ତାଙ୍କୁ ସାହାଯ୍ୟ କରନ୍ତି । ଶରୀରରୁ ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ମନରୁ ସେ କିଛି କରିବା ପାଇଁ ଇଛା ରଖିଛନ୍ତି ।

{"id":118725}

ବନ୍ଦନା ଅମିତାଭ ବଚ୍ଚନଙ୍କ ବହୁତ ବଡ ପ୍ରଶଂସକ । ବଚ୍ଚନ ପରିବାର ବନ୍ଦନାଙ୍କୁ ଅନେକ ଚିଠି ଲେଖିଛନ୍ତି । କିନ୍ତୁ ବନ୍ଦନା କେବେ ବଚ୍ଚନ ପରିବାର ସହ ସାକ୍ଷାତ କରିନାହାନ୍ତି । ଅମିତାଭଙ୍କ ଯେଉଁ ଜିନିଷ ବଜାରରେ ମିଳେ ବନ୍ଦନା ତାକୁ ସାଇତି ରଖନ୍ତି । ଅମିତାଭ ବଚ୍ଚନଙ୍କ ପେନ ହେଉ କି ତେଲ ଅଥବା ତାଙ୍କ ଫଟୋ । ସେ ନିଜ ଜେରକ୍ସ ଦୋକାନରେ ଅମିତାଭଙ୍କ ଅନେକ ଗୁଡ଼ାଏ ଫଟୋ ମଧ୍ୟ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.