ଅମିତାଭ ବଚ୍ଚନଙ୍କଠୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ବାଇଁ, ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ
27/10/2019 at 3:39 PM

ମୁମ୍ବାଇ୨୭|୧୦: ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ଅମିତାଭ। ଏହି ବୟସରେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଯାଏଁ ଟଙ୍କା ଆୟ କରନ୍ତି।

ନିଜ ଅଭିନୟ ବ୍ୟତୀତ ସେ ନିଜ ସମ୍ପତ୍ତି ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ ବ୍ୟତୀତ ଅମିତାଭ କେବିସି ଶୋ ମଧ୍ୟ ହୋଷ୍ଟ କରୁଛନ୍ତି। ସେଥିପାଇଁ ସେ ଏଭରଗ୍ରୀନ ଅଭିନେତା ଭାବେ ପରିଚିତ। ଅମିତାଭ ବଚ୍ଚନ ୨୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ।

ଅମିତାଭ ବଚ୍ଚନ ନିଜ ଝିଅ ଶ୍ବେତାଙ୍କ ବିବାହ ଫେମସ ବିଜନେସମ୍ୟାନ ନିଖିଲ ନନ୍ଦାଙ୍କ ସହ କରାଇଥିଲେ। ଅମିତାଭଙ୍କ ଜ୍ବାଇଁ ଟଙ୍କା ମାମଲାରେ ତାଙ୍କଠୁ ଆଗୁଆ ଅଛନ୍ତି। ୩୫୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ନିଖିଲ ନନ୍ଦା। ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ୨୪୮ କୋଟି ସମ୍ପତ୍ତିର ମାଲିକ।
Related Posts
ଆରପାରିରେ ‘ବନ୍ଦିସ୍ ବ୍ୟାଣ୍ଡିଟ୍ସ’ ଅଭିନେତା ଅମିତ ମିସ୍ତ୍ରୀ
23 April 2021