Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ହରିୟାଣାର ଗୀତର ତାଳରେ ନାଚୁଥିଲା କୁନି ଝିଅଟେ , ତା ନାଚ ଦେଖି ମୁଗ୍ଧ ହେଲେ ଅମିତାଭ ବଚ୍ଚନ : ଭିଡିଓ ‌ସେୟାର କରି ଲେଖିଲେ…

21/10/2020 at 12:11 PM

ମୁମ୍ବାଇ ୨୧/୧୦: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ତ ଆକ୍ଟିଭ ରୁହନ୍ତି କିନ୍ତୁ ଅନେକ ଅବସରରେ ନିଜ ପ୍ରଶଂସକଙ୍କ ମନୋବଳ ବଢ଼ାନ୍ତି। ଅମିତାଭ ନିଜର ସମସ୍ତ ପ୍ରଶଂସକଙ୍କୁ ନିଜ ଢ଼ଙ୍ଗରେ ଜବାବ ଦେବାକୁ ଉଦ୍ୟମ କରନ୍ତି। ଯଦି କୌଣସି ପ୍ରଶଂସକ କିଛି ଦମଦାର କରିଥାଏ ତେବେ ଅମିତାଭ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏପରି କରି ଅମିତାଭ ସେହି ପ୍ରଶଂସକଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି।

ନିକଟରେ ଅମିତାଭ ବଚ୍ଚନ ଏକ ଛୋଟ ପିଲାର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଛୋଟ ଝିଅଟି ‘ଗଜ କା ଘୁଙ୍ଘଟ’ଗୀତରେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି। ଝିଅଟି ବୟସରେ ସାନ କିନ୍ତୁ ତା ଡାନ୍ସ ତାକୁ ବଡ଼ କରି ଦେଇଛି। ଅଢ଼େଇ ମିନିଟ୍ ପାଖାପାଖି ଏହି ଭିଡିଓ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ଝିଅଟି ଏତେ ଜୋଶରେ ନାଚୁଛି ଯେ ତା ଚପଲ ବାହାରି ଯାଉଛି କିନ୍ତୁ ସେ ନାଚ ବନ୍ଦ କରୁ ନାହିଁ। ଛୋଟ ଝିଅଟିର ଏହି ନିଷ୍ଠା ଦେଖି ଅମିତାଭ ବଚ୍ଚନ ତା ପ୍ରଶଂସକ ହୋଇଯାଇଛନ୍ତି।

ଅମିତାଭ ଏହି ଭିଡିଓ ସେୟାର କରି ଏହି ଝିଅଟିକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ – ବିନା ପ୍ରଶିକ୍ଷଣରେ ଟ୍ୟାଲେଣ୍ଟ,ଜୋତା ଖୋଲିଯାଉଛି କିନ୍ତୁ ନାଚ ଚାଲିଛି। ଅମିତାଭଙ୍କ ଏହି ଭିଡିଓକୁ ଏବେ ସୁଦ୍ଧା ୭ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି। ଭିଡିଓ ଏବେ ବି ଭାଇରାଲ୍ ହୋଇ ଚାଲିଛି ଏବଂ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି। ପ୍ରଶଂସକମାନେ ଝିଅଟିର ଟ୍ୟାଲେଣ୍ଟକୁ ପ୍ରଶଂସା ନ କରି ରହି ପାରୁନାହାନ୍ତି। ଅମିତାଭ ବଚ୍ଚନ ଏହା ପୂର୍ବରୁ ମଧ୍ୟ ପ୍ରଶଂସକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

   Related Posts