ଫିଲ୍ମ ‘ଶୋଲେ’ରେ ଧର୍ମେନ୍ଦ୍ର ଚଳାଇଥିଲେ ସତସତିକା ଗୁଳି, ଅଳ୍ପକେ ବର୍ତ୍ତିଯାଇଥିଲେ ଅମିତାଭ ବଚ୍ଚନ : ୪୫ ବର୍ଷ ପରେ ଖୁଲାସା କଲେ ବିଗ୍ ବି

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ସୋ ‘କୌନ ମନେଗା କରୋଡପତି’ ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବହୁତ ବ୍ୟସ୍ତ ଅଛନ୍ତି । ନିକଟରେ ଅମିତାଭ ବଚ୍ଚନ ଏକ ସାକ୍ଷାତକାର ସମୟରେ ତାଙ୍କ ଚଳଚ୍ଚିତ୍ର ଶୋଲେ ବିଷୟରେ ଅନେକ କାହାଣୀ ସେୟାର କରିଛନ୍ତି । ସେ କହିଥିଲେ ଯେ ଶୋଲେ ଫିଲ୍ମ ସୁଟିଂ ସମୟରେ ସାଥୀ ଅଭିନେତା ଧର୍ମେନ୍ଦ୍ର ସତ ବନ୍ଧୁକରୁ ଗୁଳି ଚଳାଇଦେଇଥିଲେ । ତେବେ ଅମିତାଭ ବଚ୍ଚନ ଅଳ୍ପକେ ବର୍ତ୍ତି ଯାଇଥିଲେ । ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ସର୍ବକାଳୀନ ରେକର୍ଡ ଫିଲ୍ମ ଶୋଲେକୁ ୪୫ ବର୍ଷ ହୋଇଗଲାଣି ।

{"id":382785,"sizeSlug":"large","linkDestination":"none"}

ଅମିତାଭ ବଚ୍ଚନ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ସୁଟିଂ ସମୟରେ ଚଳାଇଥିବା ଗୁଳି ତାଙ୍କ କାନ ନିକଟ ଦେଇ ଚାଲିଯାଇଥିଲା ଏବଂ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବିଗ୍ ବି । କେବିସିର ପ୍ରତିଯୋଗୀ ପ୍ରୀତ ମୋହନ ସିଂ ସୋ ମଧ୍ୟରେ କହିଥିଲେ ଯେ ସେ ଶୋଲେ ଫିଲ୍ମକୁ ସେ ବହୁତ ପସନ୍ଦ କରନ୍ତି । ଏହା ପରେ ଅମିତାଭ ବଚ୍ଚନ ଫିଲ୍ମର ଏହି କାହାଣୀ ସମସ୍ତଙ୍କ ସହ ସେୟାର କରିଥିଲେ । ଏହି ଫିଲ୍ମ ସୁଟିଂ ସମୟ​‌ର କିଛି ସ୍ମୁତି ବଖାଣିଛନ୍ତି ବିଗ୍ ବି । ଏହା ସହ ସେ କହିଛନ୍ତି ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରର ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର ଥିଲା ।

{"id":382786,"sizeSlug":"large","linkDestination":"none"}

ବିଗ୍ ବି କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ରିଅଲ ୱାଇଫ୍ ଜୟା ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ରିଅଲ ପତ୍ନୀ ହେମା ମାଳିନୀ ମଧ୍ୟ ଏହି ଫିଲ୍ମରେ ଥିଲେ । ଏହି ଚଳଚ୍ଚିତ୍ରରେ ସଞ୍ଜୀବ କୁମାର, ଠାକୁର୍ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଅମଜାଦ ଖାନ ଗବର ଭୂମିକାରେ ଅଭିନୟ କରିଥିଲେ । ଶୋଲେ ଚଳଚ୍ଚିତ୍ର ୪୫ ବର୍ଷ ଧରି ଦର୍ଶକଙ୍କ ଆଦୃତ ହୋଇ ରହିଛି ଏବଂ ଆଗାମୀ ଦିନ​‌ରେ ମଧ୍ୟ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.