କଣ କେବଳ ଲଂଡନ ଯିବା ପାଇଁ ରାତା ରାତି ଜୟାଙ୍କୁ ବିବାହ କରିଥିଲେ ଅମିତାଭ ?

Published By : Prameya-News7 Bureau | April 09, 2019 IST

ମୁମ୍ୱାଇ୯|୪: ନିଜ ଲମ୍ବା କେଶ ଓ ସୁନ୍ଦର ହସ ନେଇ ହିନ୍ଦି ସିନେମା ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କର ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ୧୫ ବର୍ଷ ବୟସରେ ବେଙ୍ଗଲୀ ଫିଲ୍ମରେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ ଜୟା। ଏହି ଅଭିନେତ୍ରୀ ବଲିଉଡରେ ଗୁଡ୍ଡି ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ।

{"id":101730,"width":586,"height":410}

ରିଲ୍‌ ଲାଇଫରେ ଧର୍ମେନ୍ଦ୍ରଙ୍କ ପ୍ରେମରେ ଥିବା ଜୟା ରାତା ରାତି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ୧୯୭୩ ମସିହାରେ ବିବାହ କରିଥିଲେ। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ମଧ୍ୟ ଖୁବ୍‌ ଆକ୍ଟିଭ ଅଛନ୍ତି। କିଛି ଦିନ ତଳେ ଗୋଟେ ସୋରେ ଅମିତାଭ ନିଜ ବିବାହକୁ ନେଇ ଏକ ମଜେଦାର ସିକ୍ରେଟ ପ୍ରକାଶ କରିଥିଲେ। ଅମିତାଭ ଓ ଜୟାଙ୍କ ଯୋଡି ଅନ୍‌ ସ୍କ୍ରିନ୍‌ ସହ ଅଫ୍‌ ସ୍କ୍ରିନ୍‌ ମଧ୍ୟ ସୁପରହିଟ୍‌ । ଅମିତାଭଙ୍କର ଏହି ସିକ୍ରେଟ ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ଆଚମ୍ୱିତ ହୋଇଥିଲେ।

{"id":101731,"width":585,"height":342}

ଜଞ୍ଜିର ଚଳଚ୍ଚିତ୍ରରେ ଅମିତାଭ ଓ ଜୟା ଏକାଠି କାମ କରୁଥିଲେ। ଫିଲ୍ମ ଟିମ୍‌ ଘୋଷଣା କରିଥିଲା ଯେ, ଯଦି ଏହି ଚଳଚ୍ଚିତ୍ର ହିଟ୍‌ ଦୁଏ ତେବେ ଫିଲ୍ମର ପୁରା ଟିମ୍‌ ଲଂଡନ ଯିବ। ଜଞ୍ଜିର ରିଲିଜ ହେବା ପରେ ବକ୍ସଅଫିସ୍‌ରେ ହିଟ୍‌ ହୋଇଥିଲା। ଲଂଡନ ଯିବା ବିଷୟରେ ଅମିତାଭ ତାଙ୍କ ବାପାଙ୍କୁ କହିଥିଲେ। ବାପା ପଚାରିଥିଲେ ଯେ, କେଉଁମାନେ ଲଂଡନ ଯାଉଛନ୍ତି। ଅମିତାଭ ବାପାଙ୍କ ସାମ୍ନାରେ ଫିଲ୍ମର ଅଭିନେତ୍ରୀ ଜୟା ଯିବେ ବୋଲି ଉତ୍ତର ଦେଇଥିଲେ। ଏହା ଶୁଣି ତାଙ୍କ ବାପା, ବିବାହ ପୂର୍ବରୁ ଅମିତାଭଙ୍କୁ ଜୟା ସହ ଲଂଡନ ଯିବାର ଅନୁମତି ଦେଇନଥିଲେ। କିନ୍ତୁ ଲଂଡନ ଯିବା ନିଶା ଅମିତାଭଙ୍କୁ ଏମିତି ଘାରିଥିଲା ଯେ, ସେ ତା ପର ଦିନ ଜୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ।

{"id":101732}

ଏହିପରି ଉଭୟଙ୍କ ବିବାହର ଆୟୋଜନ ରାତାରାତି ହୋଇଥିଲା। ବିବାହରେ କେବଳ ପରିବାର ଲୋକ ଓ କିଛି ବନ୍ଧୁ ଉପସ୍ଥିତ ଥିଲେ। ବିବାହ ହେଲା ପରେ ଉଭୟ ଫିଲ୍ମ ଟିମ୍‌ ସହ ଲଂଡନ ଯାଇଥିଲେ। ବିବାହ ପରେ ୧୯୮୮ ମସିହାରେ ଅମିତାଭ ବଚ୍ଚନଙ୍କ ଶହଂଶାହ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମର କାହାଣୀ ଜୟା ବଚ୍ଚନ ଲେଖିଥିଲେ। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜୟା ୧୯୮୧ ମସିହାରେ ସିଲସିଲା ଫିଲ୍ମ କରିଲା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ।

{"id":101733,"width":567,"height":426}

ଏହି ଚଳଚ୍ଚିତ୍ରର ୧୮ ବର୍ଷ ପରେ ସେ ପୁଣି ପରଦାରେ ଏଣ୍ଟ୍ରି କରିଥିଲେ।  ୧୯୯୨ ମସିହାରେ ଜୟାଙ୍କୁ ପଦ୍ମ ଶ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।  ୨୦୦୪ ମସିହାରେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ ଜୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.