ମୋଦିଙ୍କ ଟ୍ୱିଟର ଜବାବ ଦେଲେ ଅମିତାଭ ବଚ୍ଚନ : କହିଲେ 'ଯୁବପିଢୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭୋଟ ଦିଅନ୍ତୁ'

Published By : Prameya-News7 Bureau | March 14, 2019 IST

ଦିଲ୍ଲୀ ୧୪/୩ : ଅମିତାଭ ବଚ୍ଚନଙ୍କ ଏକ ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶ ବଡ ବଡ ହସ୍ତୀଙ୍କୁ ଟ୍ୟାଗ କରି ଟ୍ୱିଟ କରିଥିଲେ ଯେ, ଯୁବପିଢୀଙ୍କୁ ଭୋଟ ଦେବା ପାଇଁ ପ୍ରେରଣା ଦେବେ | ଅମିତାଭ ବଚ୍ଚହଁ, ସଲମାନ ଖାନ, ଅମୀର ଖାନ, ଅକ୍ଷୟ କୁମାର, ଦୀପିକା ପାଦୁକୋନ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଖିଳେସ ଜୟଦଃ, ମାୟାବତୀ, ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଭଳି ଅନେକ ନେତା ଏବଂ ଅଭିନେତାଙ୍କୁ ମୋଦି ଟ୍ୟାଗ କରିଥିଲେ | ଏନେଇ କିଛି ବିରୋଧୀ ରିଟ୍ୱିଟ ମଧ୍ୟ କରିଥିଲେ |

{"id":93500}
wp:quote

T 3117 - आदरणीय @narendramodi जी .. 900 million voters, 543 winners. Every vote is for supremacy of Constitution. Constitution is Holy book of democracy. About 600 million voters of 900 m, less than 35 yrs. Young ask questions about tomorrow not yesterday ! VOTE FOR TOMORROW ! pic.twitter.com/CnnFKNxsKQ— Amitabh Bachchan (@SrBachchan) March 13, 2019

/wp:quote

ମୋଦିଙ୍କ ଟ୍ୱିଟର ରିପ୍ଲାଏ ଅମୀର ଖାନ ମଧ୍ୟ ଦେଇଥିଲେ | ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରେରଣା ଦେବା ପାଇଁ ମୋଦି ଟ୍ୱିଟ କରିଥିଲେ | ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଗଣତନ୍ତ୍ରକୁ ଭଲ ପାଇବା ଦରକାର ବୋଲି କହିଥିଲେ ମୋଦି |ଅମିତାଭ ବଚ୍ଚନ ମଧ୍ୟ ମୋଦିଙ୍କ ଟ୍ୱିଟର ଜବାବ ଦେଇଛନ୍ତି | ଅମିତାଭଙ୍କ ଜବାବ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଅମିତାଭ ବଚ୍ଚନ ଜବାବ ଦେଇଛନ୍ତି ଯେ, 'ଆଦରଣୀୟ ନରେନ୍ଦ୍ର ମୋଦିଜୀ, ୯୦ କୋଟି ଭୋଟର, ୫୪୩ ବିଜେତା, ସମ୍ବିଧାନର ଶ୍ରେଷ୍ଠତା ପାଇଁ ସବୁ ଭୋଟ | ସମ୍ବିଧାନ ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ | ୯୦ କୋଟି ଭୋଟରଙ୍କ ମଧ୍ୟରୁ ୬୦ କୋଟି ଲୋକ ୩୫ ବର୍ଷରୁ କମ ବୟସ ଅନ୍ତର୍ଭୁକ୍ତ | ଯୁବପିଢୀ ଭବିଷ୍ୟତକୁ ନେଇ ପ୍ରଶ୍ନ କରୁଛି, ଅତୀତକୁ ନେଇ ନୁହେଁ | ଭବିଷ୍ୟତକୁ ଦୃଷ୍ଟିରେ ରଖି ଭୋଟ ଦିଅନ୍ତୁ' ଏହିଭଳି ଭାବେ ଅମିତାଭ ଯୁବପିଢୀଙ୍କୁ ଭୋଟ ଦେବା ପାଇଁ ପ୍ରେରଣା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.