Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଅମିତାଭ ବଚ୍ଚନ: ସମ୍ପତ୍ତିର ତାଲିକା ଦେଲେ ଜୟା, କେବଳ ଗାଡି ଅଛି ୧୨କୋଟି ଟଙ୍କାର

10/10/2019 at 4:06 PM

ମୁମ୍ବାଇ୧୦|୧୦: ବଲିଉଡ ଅଭିନେତା ତଥା ମହାନାୟକ ଅମିତାଭ ବଚ୍ଚନ ଆସନ୍ତା କାଲି ୭୭ତମ ଜନ୍ମଦିନ ପାଳନ କରିବେ। ଅମିତାଭ ବଚ୍ଚନ ଜଣେ ଏମିତି ଅଭିନେତା ଯିଏ ଆଜି ମଧ୍ୟ ଯୁବ ପୀଢି ସହ କାନ୍ଧ ମିଳାଇ ଚାଲୁଛନ୍ତି।ଫିଲ୍ମରେ ନିଜ ଅଭିନୟ ବ୍ୟତୀତ ସେ ନିଜ ସମ୍ପତ୍ତି ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଅମିତାଭ ବଚ୍ଚନ କୋଟି କୋଟି ସମ୍ପତ୍ତିର ମାଲିକ।

ଜୟା ଓ ଅମିତାଭଙ୍କ ବିଷୟରେ କହିବାକୁ ଗଲେ ଉଭୟଙ୍କର ପାଖାପାଖି ୧୦ ବିଲିୟନର ସମ୍ପତ୍ତି ଅଛି।ଗତ ବର୍ଷ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବା ସମୟରେ ଜୟା ତାଙ୍କ ସମ୍ପତ୍ତି ବିଷୟରେ କହିଥିଲେ। ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ପାଖରେ ୪୬୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଏହା ସହ ୫୪୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।   

ଉଭୟଙ୍କ ପାଖରେ ୧୨ଟି ଗାଡିର କଲେକସନ ଅଛି। ଏହି ଗାଡିଗୁଡିକର ଦାମ ପାଖାପାଖି ୧୩ କୋଟି ଟଙ୍କା।ଅପରପକ୍ଷରେ ଅମିତାଭଙ୍କ ପାଖରେ ୩କୋଟିରୁ ଅଧିକ ଟଙ୍କାର ଘଡି କଲେକ୍ସନ ଅଛି।ଜୟାଙ୍କ ପାଖରେ ୫୧ ଲକ୍ଷ ଟଙ୍କାର ଘଡି ଅଛି। ଏହା ବ୍ୟତୀତ ନୋଏଡା, ଅହମଦାବାଦ, ଗାନ୍ଧିନଗର, ପୁଣେ ଓ ଭୋପାଲ ଭଳି ଅନେକ ରାଜ୍ୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି।

ଭାରତ ବାହାରେ ଫ୍ରାନ୍ସରେ ମଧ୍ୟ ଉଭୟଙ୍କର ସ୍ଥାବର ସମ୍ପତ୍ତି ଅଛି। ଅମିତାଭ ଓ ଜୟାଙ୍କ ପାଖରେ ୬୨ କୋଟି ଟଙ୍କାର ସୁନା-ଚାନ୍ଦିର ଗହଣା ଅଛି। ଅମିତାଭ କହିଛନ୍ତି ଯେ, ତାଙ୍କର ଯାହା ସମ୍ପତ୍ତି ଅଛି ତାହା ତାଙ୍କ ପୁଅ ଅଭିଷେକ ଓ ଝିଅ ଶ୍ବେତା ମଧ୍ୟରେ ଅଧା ଅଧା ବଣ୍ଟା ଯିବ।

   Related Posts