Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଅମିତାଭ୍‌ଙ୍କ କରୋନା ଟେଷ୍ଟ୍ ରିପୋର୍ଟ ଆସିଲା ନେଗେଟିଭ୍ : ଶୀଘ୍ର ହସ୍ପିଟାଲ୍‌ରୁ ମିଳିପାରେ ଛୁଟି

23/07/2020 at 4:45 PM

ମୁମ୍ବାଇ ୨୩/୦୭ : କରୋନା ସଂକ୍ରମଣର ଶିକାର ହୋଇ ବିଗ ବି ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଜୁଲାଇ ୧୧ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଅମିତାଭଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି | କରୋନା ଟେଷ୍ଟ ଛଡା ଅମିତାଭଙ୍କ ବ୍ଲଡ଼ ଟେଷ୍ଟ, ସିଟି ସ୍କାନ ମଧ୍ୟ କରାଯାଇଛି | ସମସ୍ତ ରିପୋର୍ଟ ନର୍ମାଲ ଆସିଛି | 

କରୋନା ଯୋଗୁଁ ଅମିତାଭଙ୍କ ପରେ ପରେ ଅଭିଷେକ ମଧ୍ୟ ନାନାବତୀରେ ଭର୍ତ୍ତି ହୋଇଥିଲେ | ବର୍ତ୍ତମାନ ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସାମାନ୍ୟ ରହିଛି | ଉଭୟଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଚର୍ଚ୍ଚା ହେଉଛି | ତେବେ ଅମିତାଭ ଓ ଅଭିଷେକଙ୍କୁ କେବେ ଡିସଚାର୍ଜ କରାଯିବ ତାହା ହସ୍ପିଟାଲ ସ୍ପଷ୍ଟ କରିନାହାନ୍ତି | କିନ୍ତୁ ଦିନେ ଦୁଇ ଦିନ ଭିତରେ ଉଭୟଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇପାରେ |

ସୂଚନାଯୋଗ୍ୟ ଯେ, ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା ଏବଂ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଦିନେ ପରେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା | ମା’ଝିଅଙ୍କୁ ଜଲସା ବଙ୍ଗଳାରେ ହୋମ କ୍ଵାରେଣ୍ଟାଇନରେ ରଖାଯାଇଥିଲା | କିନ୍ତୁ ତାଙ୍କୁ ଜ୍ୱର, ଗଳାରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଜୁଲାଇ ୧୭ ତାରିଖ ରାତିରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ବର୍ତ୍ତମାନ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି | ତେବେ ସେମାନଙ୍କୁ କେବେ ଡିସଚାର୍ଜ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ | କିଛି ସମୟ ପୂର୍ବରୁ ଅମିତାଭ ନିଜର ଇନ୍ସଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଛନ୍ତି |

   Related Posts