କେରଳରେ ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ନିମନ୍ତେ ଅମିତାଭ ବଚ୍ଚନ ଦେଲେ ୫୧ଲକ୍ଷ ଟଙ୍କା

Published By : Prameya-News7 Bureau | August 25, 2018 IST

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେରଳର ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ନିମନ୍ତେ କେରଳର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୫୧ଲକ୍ଷ ଟଙ୍କା ଜମା କରାଇଛନ୍ତି। ଏହା ସହିତ ଅମିତାଭ ବଚ୍ଚନ ଲୁଗା ଏବଂ ଜୋତା ମଧ୍ୟ ବିତରଣ କରିଛନ୍ତି। ୧୦୦ ବର୍ଷର ସବୁଠାରୁ ବଡ଼ ବନ୍ୟାର ପ୍ରକୋପ ସହିଥିବା କେରଳ ପୂରାପୂରି ଧ୍ବଂସ ହୋଇଯାଇଛି। ଅମିତାଭ ବଚ୍ଚନ ୫୧ଲକ୍ଷ ଟଙ୍କା ସହିତ ୬ଟି ବାକ୍ସ ଭର୍ତ୍ତି କରି ୮୦ଟି ଜ୍ୟାକେଟ୍,୨୫ଟି ପ୍ୟାଣ୍ଟ ଏବଂ ୨୦-୪୦ଯୋଡ଼ା ଜୋତା ବନ୍ୟା ପ୍ରପୀଡ଼ିତଙ୍କ ନିମନ୍ତେ ଦାନ କରିଛନ୍ତି। ବଲିଉଡରେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି: ଦେଶ ବିଦେଶରେ ଲୋକମାନେ କେରଳର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ଏମିତିରେ ମଧ୍ୟ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ହୃଦୟ ଖୋଲି ସାହାଯ୍ୟ କରୁଛନ୍ତି। ଏବେ ପର୍ଯ୍ୟନ୍ତ ଶାହରୁଖ ଖାନ,ଅକ୍ଷୟ କୁମାର,ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ବହୁତ ନାମୀଦାମୀ କଳାକାରମାନଙ୍କ ନାମ ଏହି ତାଲିକାରେ ସାମିଲ ହୋଇସାରିଛି। ସୁଶାନ୍ତ ସିଂହ ରାଜପୁତ ଫ୍ୟାନଙ୍କ କହିବାପରେ ୧କୋଟି ଟଙ୍କା ଦେବାର ନିଷ୍ପତି ନେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଜଣେ ଫ୍ୟାନ କହିଥିଲେ କି ସେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ନାହିଁ। ଏଥିପାଇଁ ସେ ତାଙ୍କ ଫ୍ୟାନଙ୍କ ତରଫରୁ ୧କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରାଇଥିଲେ। ଶାହରୁଖଙ୍କ ମୀର ଫାଉଣ୍ଡେସନ ଯାହା କ୍ୟାନସର ରୋଗୀ ଏବଂ ଏସିଡ ପୀଡ଼ିତଙ୍କୁ ସାହାଯ୍ୟ କରିଥାଏ ,ତାଙ୍କ ଦ୍ବାରା ୨୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.