ଅମିତାଭ୍‌ଙ୍କ ବଙ୍ଗଳା ଜଲ୍‌ସା କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ, ପୁରା ବଙ୍ଗଳା ସିଲ୍

Published By : Prameya-News7 Bureau | July 12, 2020 IST

ମୁମ୍ବାଇ ୧୨/୦୭ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାପରେ ମୁମ୍ବାଇ ପୋଲିସ ନାନାବତୀ ହସ୍ପିଟାଲ ଏବଂ ଜୁହାଉ ସ୍ଥିତ ଅମିତାଭଙ୍କ ବଙ୍ଗଳା ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି | ଉଭୟ ବାପା-ପୁଅ ନାନାବତୀରେ ଭର୍ତ୍ତି ହୋଇଛନ୍ତି | ମୁମ୍ବାଇ ନଗର ନିଗମ ଅଧିକାରୀ ଅମିତାଭଙ୍କ ବଙ୍ଗଳା ଜଲସା ବାହାରେ ଏକ ବ୍ୟାନର ଲଗାଇଛନ୍ତି | ବ୍ୟାନରରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବରେ ପରିଭାଷିତ କରାଯାଇଛି |

wp:core-embed/instagram {"url":"https://www.instagram.com/p/CCh8EnknRgr/","type":"rich","providerNameSlug":"instagram","className":""}
https://www.instagram.com/p/CCh8EnknRgr/
/wp:core-embed/instagram

ନାନାବତୀ ହସ୍ପିଟାଲରେ ଯେବେ ବି କୌଣସି ସେଲିବ୍ରିଟି କିମ୍ବା ହାଇ ପ୍ରୋଫାଇଲ ହସ୍ତୀ ଭର୍ତ୍ତି ହୁଅନ୍ତି ହେଲ୍ଥ ବୁଲେଟିନ ଜାରି କରାଯାଇ ମିଡ଼ିଆକୁ ଏ ସମ୍ପର୍କରେ ସୂଚନା ଦିଆଯାଏ | କିନ୍ତୁ ଅମିତାଭ ନାନାବତୀ ହସ୍ପିଟାଲର ପବ୍ଲିକ ରିଲେସନ ଟିମକୁ ମିଡ଼ିଆ ସହିତ ସୂଚନା ସେୟାର କରିବାକୁ ମନାକରିଛନ୍ତି | ଅମିତାଭ ଓ ଅଭିଷେକ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଟ୍ୱିଟର ମାଧ୍ୟମରେ ସେୟାର କରିବେ |

wp:core-embed/twitter {"url":"https://twitter.com/ANI/status/1282179112681869312","type":"rich","providerNameSlug":"twitter","className":""}
https://twitter.com/ANI/status/1282179112681869312
/wp:core-embed/twitter

ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାପରେ ଗୋଟିଏ ଡବିଙ୍ଗ ସ୍ଟୁଡ଼ିଓକୁ ବନ୍ଦ କରିଦିଆଯାଇଛି | ଏହି ସ୍ଟୁଡ଼ିଓରେ କିଛି ଦିନ ପୂର୍ବରୁ ଅଭିଷେକ ଡବିଙ୍ଗ କରିଥିଲେ | ଲକ ଡାଉନ କୋହଳ ହେବାପରେ ଅଭିଷେକ ନିଜର ୱେବସିରିଜ Breathe into Shadows  ର ଡବିଙ୍ଗ ପାଇଁ ଏହି ସ୍ଟୁଡ଼ିଓକୁ ଯାଇଥିଲେ | ଫିଲ୍ମ କ୍ରିଟିକ କୋମଲ ନାଇଟା ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.