ସରୋଜ ଖାନଙ୍କ ପରଲୋକରେ ଇମୋସନାଲ ହେଲେ ମହାନାୟକ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ର : ସୋସିଆଲ୍ ମିଡିଆରେ ସେୟାର କଲେ ଏଭଳି ପୋଷ୍ଟ୍

Published By : Prameya-News7 Bureau | July 03, 2020 IST

ମୁମ୍ବାଇ ୩/୭: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ହୋଇ ଯାଇଛି। ସେ ଅନେକ ଗୀତର କୋରିଓଗ୍ରାଫି କରି ସେଗୁଡ଼ିକୁ ଲୋକପ୍ରିୟ କରି ଦେଇଛନ୍ତି। ମନୋରଞ୍ଜନ ଜଗତ କେବେ ସରୋଜଙ୍କ କାମକୁ ଭୁଲି ପାରିବ ନାହିଁ। ସରୋଜଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ସରୋଜଙ୍କୁ ମନେ ପକାଇ ଇମୋସନାଲ ଟ୍ବିଟ୍ କରିଛନ୍ତି।

wp:core-embed/twitter {"url":"https://twitter.com/aapkadharam/status/1278907143496691712","type":"rich","providerNameSlug":"twitter","className":""}
https://twitter.com/aapkadharam/status/1278907143496691712
/wp:core-embed/twitter

ଧର୍ମେନ୍ଦ୍ର ଟ୍ବିଟରେ ଲେଖିଥିଲେ,‘ ତୁମେ ଆସିଲେ ଖୁସି ଆସୁଥିଲା ସରୋଜ। ଦୁଃଖର କଥା। ତୁମେ ବି ଚାଲିଗଲ। ତୁମ ଆତ୍ମାକୁ ଶାନ୍ତି ମିଳୁ। ବନ୍ଧୁ,ମୋ ପ୍ରଥମ ଫିଲ୍ମ ଦିଲ ଭି ତେରାରେ ସେ ଆସିଷ୍ଟାଣ୍ଟ ଡାନ୍ସ ଡାଇରେକ୍ଟର ଥିଲେ।’ଧର୍ମେନ୍ଦ୍ରଙ୍କ ଏହି ଟ୍ବିଟରେ ପ୍ରଶଂସକ ସରୋଜ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ କାମକୁ ମଧ୍ୟ ପ୍ରଶଂସା କରୁଛନ୍ତି।

wp:core-embed/instagram {"url":"https://www.instagram.com/p/CCKyb1QhLyv/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CCKyb1QhLyv/?utm_source=ig_embed
/wp:core-embed/instagram

ସେହିପରି ସରୋଜ ଖାନଙ୍କ ପରଲୋକରେ ଶୋକ ପ୍ରକାଶ କରି ମହାନାୟକ ଅମିତାଭ ବଚ୍ଚନ ଏକ ଲମ୍ବା ଚଉଡ଼ା ପୋଷ୍ଟ କରିଛନ୍ତି ଯାହା ଅତ୍ୟନ୍ତ ଇମୋସନାଲ୍। ନିଜ ପୋଷ୍ଟରେ ବିଗ୍ ବି ସରୋଜ ଖାନଙ୍କ ଏକ ମୁହୂର୍ତ୍ତକୁ ସେୟାର କରିଛନ୍ତି ଯାହା ତାଙ୍କ ପାଇଁ ଅତ୍ୟନ୍ତ ଖାସ୍ ଅଟେ। ସେ କୋରିଓଗ୍ରାଫରଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି,ଯେଉଁଥିରେ ସରୋଜ ଖାନ୍ ଏବଂ ଅମିତାଭ କୌଣସି କଥାକୁ ନେଇ ମନ ଖୋଲି ହସୁଥିବା ନଜର ଆସୁଛନ୍ତି। ଅମିତାଭଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ୍ ଖୁବ୍ ଭାଇରାଲ୍ ହେଉଛି।

{"id":295235,"sizeSlug":"large"}

  ସରୋଜଙ୍କୁ ନିଃଶ୍ବାସ ନେବାକୁ ସମସ୍ୟା ହେବାରୁ ତାଙ୍କୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତରଙ୍କ ଶତଚେଷ୍ଟା ସତ୍ବେ ତାଙ୍କୁ ବଞ୍ଚା ଯାଇପାରିନଥିଲା। ସରୋଜଙ୍କୁ ଶୁକ୍ରବାର ସକାଳେ ମଲାଡର କବରରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ତାଙ୍କ ପରିବାର ଲୋକେ ଏବଂ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ।

{"id":295238,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.