Covid-19: ଫେସ୍‌ବୁକ୍‌ରେ ମହିଳାଙ୍କ କମେଣ୍ଟର ଜବାବ ଦେଲେ ଅମିତାଭ, ଜାଣନ୍ତୁ ଲେଖିଛନ୍ତି କ’ଣ?

Published By : Prameya-News7 Bureau | August 03, 2020 IST

ମୁମ୍ବାଇ ୩।୮: ବଲିଉଡ୍ ବିଗ-ବି ଅମିତାଭ କୋଭିଡ-୧୯ ନେଗେଟିଭ୍ ଟେଷ୍ଟ ପରେ ହସ୍ପିଟାଲରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କ କୋଭିଡ ସଂକ୍ରମଣ ନେଇ ଫେସବୁକ୍‌ରେ ଜନୈକା ମହିଳା ପ୍ରଶ୍ନ ଉଠାଇଛନ୍ତି। ସେ ସମ୍ପୃକ୍ତ ହସ୍ପିଟାଲର ବିଜ୍ଞାପନ ଲାଗି ଏପରି ନାଟକ କରିଥିବା ମହିଳା ଅଭିଯୋଗ କରିଥିବା ବେଳେ ‘ତାଙ୍କ ପ୍ରତି ଥିବା ସମ୍ମାନ ହରାଇଛନ୍ତି’ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଅମିତାଭ ତାଙ୍କ କମେଣ୍ଟର ଜବାବ ଦେଇଛନ୍ତି। ତାଙ୍କ ସମ୍ମାନର ସେ ବିଚାରକ ନୁହଁନ୍ତି ବୋଲି ଉଲ୍ଲେଖ କରିଛନ୍ତି ବିଗ-ବି।

wp:html /wp:html

ଜାହ୍ନବୀ ମଖୀଜା ନାମ୍ନୀ ଜନୈକା ମହିଳା ସୋସିଆଲ ମିଡିଆର କମେଣ୍ଟ ସେକ୍ସନରେ ଅଭିଯୋଗ କରିଛନ୍ତି ଯେ ଯେଉଁ ହସ୍ପିଟାଲର ଅମିତାଭ ଏତେ ପ୍ରଚାର ପ୍ରସାର କରୁଛନ୍ତି ସେହି ହସ୍ପିଟାଲ ତାଙ୍କ ୮୦ବର୍ଷ ବୟସ୍କ ପିତାଙ୍କୁ ଭୁଲରେ କୋଭିଡ ପଜିଟିଭ୍ ଚିହ୍ନଟ କରିବା ସହ ଭୁଲ ଚିକିତ୍ସା କରିଛି।  ହସ୍ପିଟାଲ ତାଙ୍କର ଉପଯୁକ୍ତ ଯତ୍ନ ନନେବାରୁ ସେ ବେଡସୋର ହୋଇଯାଇଛନ୍ତି। ସେପରି ହସ୍ପିଟାଲ ଲାଗି ଆପଣ ଯେଉଁପରି ପ୍ରଚାର ଓ ପ୍ରସାର କରୁଛନ୍ତି ତାହା ବାସ୍ତବିକ୍ ଦୁଃଖଦ ଓ ଏଥିଯୋଗୁ ଆପଣଙ୍କ ଲାଗି ମୋର ଥିବା ସମ୍ମାନ ଆପଣ ହରାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

{"id":309448,"sizeSlug":"large"}

 ଅମିତାଭ ଅଭିଯୋଗର ଉତ୍ତର ଦେଇଛନ୍ତି। ଯେଉଁଥିରେ ବିଗ୍-ବି ଜାହ୍ନବୀଙ୍କୁ ତାଙ୍କ ପ୍ରିୟ ତଥା ସମ୍ମାନୀତ ପିତାଙ୍କୁ ସେଠାରେ କି ପ୍ରକାର ପରିସ୍ଥିତି ଦେଇ ଗତିକରିବାକୁ ପଡିଥିଲା ତାହା ଜାଣି ବାସ୍ତବରେ ମୁଁ ଦୁଃଖିତ ବୋଲି ଲେଖିଛନ୍ତି। ତେବେ ହସ୍ପିଟାଲ ସହ ମୁଁ ଅନେକ ପୂର୍ବରୁ ପରିଚିତ ଓ  ସେତେବେଳେ ଯେତେବେଳେ ସ୍ୱାସ୍ଥ୍ୟସେବା ମିଳିବା ଅତ୍ୟନ୍ତ ଜଟିଳ ଥିଲା ସେବେଠାରୁ ପରିସ୍ଥିତି ସହ ସମ୍ପୃକ୍ତ।  ହେଲେ ସବୁଠାରେ ସ୍ୱାସ୍ଥ୍ୟ ସେବାର ନିର୍ଦ୍ଧିଷ୍ଟ ଆଚରଣ ବିଧି ରହିଛି। ତେବେ ମୁଁ ଏତିକି ଦେଖିଛି ଡାକ୍ତର, ବିଶେଷଜ୍ଞ ଓ ନର୍ସ ଯଥା ସମ୍ଭବ ରୋଗୀମାନଙ୍କର ସେବା ଯତ୍ନ ଲାଗି ଉଦ୍ୟମ କରିଥାନ୍ତି। 

{"id":309451,"width":537,"height":583,"sizeSlug":"large"}

 ଅମିତାଭ ଉଲ୍ଲେଖ କରିଛନ୍ତି ଯେ ‘ହୁଏତ ଲାବୋରେଟରୀ ପରୀକ୍ଷଣରେ ତ୍ରୁଟି ଥାଇପାରେ,  ହେଲେ ସେଠାରେ ବିଭିନ୍ନ ଅନ୍ୟପରୀକ୍ଷା ଓ ପ୍ରକୃତ ଅସୁସ୍ଥତାର ଲକ୍ଷଣ ଜାଣିବା ଲାଗି ବିଭିନ୍ନ ପରିସ୍ଥିତିର ଆକଳନ କରାଯାଇଥାଏ, ତେବେ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି ଜାଣିଶୁଣି ଚିକିତ୍ସାରେ ଅବହେଳା କରିବା ଭଳି ଅଭିଯୋଗ ସହ କିନ୍ତୁ ମୁଁ ସହମତ ନୁହେଁ ’।

{"id":309452,"sizeSlug":"large"}

ସେହିପରି ମୁଁ କୌଣସି ହସ୍ପିଟାଲର ବିଜ୍ଞାପନ କରୁ ନାହିଁ। ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଚିକିତ୍ସା ଓ ଯତ୍ନ ଲାଗି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ ଏବଂ ମୁଁ ପ୍ରତ୍ୟେକ ହସ୍ପିଟାଲ ଯେଉଁଠି ଅତୀତରେ ଭର୍ତ୍ତି ଥିଲି ସେଠାରେ  ମଧ୍ୟ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆନ୍ତରିକ କୃତଜ୍ଞତା ସବୁବେଳେ ଜଣାଇ ଆସିଛି ଓ ଆଗକୁ ମଧ୍ୟ ସମ୍ମାନର ସହ କରିବି।  ହୁଏତ ମୋ ଲାଗି ଆପଣଙ୍କର ଥିବା ସମ୍ମାନ କ୍ଷୁର୍ଣ୍ଣ ହେଉ କି ନ ହେଉ, ହେଲେ ଡାକ୍ତରୀ ବୃତ୍ତି ଓ  ମୋ ଦେଶର ଡାକ୍ତରଙ୍କ ପ୍ରତି ମୋ ମନରେ ଥିବା ସମ୍ମାନକୁ କେବେ ହରାଇବି ନାହିଁ। ଆଉ ଗୋଟିଏ କଥା ମୋ ପାଇଁ ଆପଣଙ୍କ ସମ୍ମାନ ବା ଅସମ୍ମାନର ଆପଣ ବିଚାରକ ନୁହଁନ୍ତି।  

{"id":309453,"sizeSlug":"large"}

ସୂଚନା ଯୋଗ୍ୟଯେ ଅମିତାଭଙ୍କ ପରିବାର କୋଭିଡ-୧୯ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିରେ ତାଙ୍କ ବୋହୂ ଓ ନାତୁଣୀ ପ୍ରଥମେ ସୁସ୍ଥ ହୋଇଥିବା ବେଳେ ଅମିତାଭ କିଛିଦିନ ଅନ୍ତରାଳରେ ସୁସ୍ଥ ହୋଇଛନ୍ତି। ସମସ୍ତଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ପୃଥକ ପୃଥକ ଚିଶ୍ଚାର୍ଯ ହୋଇ ଘରକୁ ଫେରିଛନ୍ତି। ତେବେ ଅମିତାଭଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ମଧ୍ୟ ସଂକ୍ରମଣ ମୁକ୍ତ ହୋଇ ନାହାନ୍ତି। ଏଣୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.