Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମହାରାଷ୍ଟ୍ର ରାଜନୀତିରେ ଆଉ ଜଣେ ଠାକରେ : ଏମଏନଏସର ଡୋରି ଏବେ ଅମିତଙ୍କ ହାତରେ

31/07/2021 at 2:27 PM

ମୁମ୍ବାଇ, ୩୧/୦୭ :    ଆସନ୍ତା ବର୍ଷ ମହାରାଷ୍ଟ୍ରର ୧୦ଟି ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଜେପି, କଂଗ୍ରେସ, ଏନସିପି, ଶିବସେନା ଆଦି ପ୍ରସ୍ତୁତ ହେଲେଣି । ଏହାମଧ୍ୟରେ ଠାକରେ ପରିବାରରୁ ଆଉ ଜଣେ ନେତା ମଇଦାନକୁ ଓହ୍ୱାଇବେ ବୋଲି ଚର୍ଚ୍ଚା ହେଉଛି ।

ଦି ପ୍ରିଣ୍ଟର ରିପୋର୍ଟ ଅନୁସାରେ, ରାଜ ଠାକରେଙ୍କ ପୁଅ ଅମିତ ଠାକରେ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିପାରନ୍ତି । ୨୦୨୨ ନିର୍ବାଚନ ପାଇଁ ତାଙ୍କୁ ରାଜ ଠାକରେ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଓ ଉଦ୍ଧବଙ୍କ ଭାଇ ରାଜ ଠାକରେ ରାଜନୀତିରେ ସକ୍ରିୟ ଅଛନ୍ତି । ଅମିତ ଆସିବା ପରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ରାଜ ଠାକରେ ପୁଅ ଅମିତଙ୍କୁ ନାସିକ ଅଞ୍ଚଳରେ କ୍ୟାମ୍ପେନ୍ କରିବାକୁ କହିଥିବା ଜଣାପଡିଛି । କାରଣ ନାସିକରେ ଏମଏନଏସ ବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ଦବଦବା ରହିଛି । ଏଠାରେ ୨୦୦୬ରେ ଦଳ ପ୍ରତିଷ୍ଠା ହୋଇଥିଲା । ୨୦୧୨ରେ ଏଠାରେ ଏମଏନଏସ ବିଜୟୀ ହୋଇତିବା ବେଳେ ୨୦୧୭ରେ କିନ୍ତୁ ବିଜେପିଠୁ ପରାସ୍ତ ହୋଇଥିଲା । ତେବେ ୨୦୧୯ ବିଧାନସଭା ନିର୍ବାଚନରେ ଅମିତ ବାପା ରାଜ ଠାକରେଙ୍କୁ ପ୍ରଚାରରେ ସାହାଯ୍ୟ କରିଥିଲେ । ୨୦୨୨ରେ ସେ ଆହୁରି ବଡ ଦାୟିତ୍ୱ ନେବାକୁ ଯାଉଛନ୍ତି ।

କେବଳ ନାସିକ ନୁହେଁ, ମୁମ୍ବାଇ, ପୁନେ, ପିମ୍ପରି, ଚିଞ୍ଚଓ୍ୱାର୍ଡ, ଥାନେ, ଉଲ୍ଲାସନଗର, ନାଗପୁର, ଅମରାବତୀ, ଅକୋଲା ଓ ସୋଲାପୁରରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ଏସବୁ ସ୍ଥାମରେ ମଧ୍ୟ ଏମଏନଏସ ନିଜର ଦବଦବା ଜାହିର କରିବାକୁ ଚାହୁଁଛି । ସବୁଠାରୁ ବଡ କଥା ହେଲା ଯେ, ୨୯ ବର୍ଷୀୟ ଅମିତ ଏବେ ବାରମ୍ବାର ନାସିକ ଗସ୍ତ କରୁଛନ୍ତି । ସେ ଲଗାତର ୭ରୁ ୮ ଦିନ ଧରି ନାସିକରେ ରହୁଛନ୍ତି । ଏମଏନଏସ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । ଲଗାତର ଭାବେ ବୈଠକ ମଧ୍ୟ କରୁଛନ୍ତି । ଦଳକୁ ମଜବୁତ କରିବାକୁ ରଣନୀତି ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅମିତଙ୍କ ନେତୃତ୍ୱରେ ଦଳ ନାସିକ ମ୍ୟୁନିସିପାଲକୁ କବଜା କରିବାକୁ ଲକ୍ଷ୍ୟ ରଖିଛି ।

ଅମିତଙ୍କ ରାଜନୈତିକ କ୍ୟାରିଅର

ଅମିତଙ୍କୁ ପ୍ରଥମ ଥର ପାଇଁ ୨୦୨୦, ଜାନୁଆରୀ ୨୩ରେ ଏକ ନିର୍ବାଚନୀ ପ୍ରଚାର ବେଳେ ଦେଖିବାକୁ ମିଳିଥିଲା । ଶିବସେନା ସଂସ୍ଥାପକ ବାଲ ଠାକରେଙ୍କ ୯୪ ତମ ଜନ୍ମଦିବସରେ ସେ ସାମ୍ନାକୁ ଆସିବା ସହ ଚର୍ଚ୍ଚାରେ ରହିଥିଲେ । ୨୦୨୦ରେ ଏମଏନଏସ ଏକ ସ୍ୟାଡୋ କ୍ୟାବିନେଟ୍ ଗଠନ କରିଥିଲା । ଏଥିରେ ଅମିତଙ୍କୁ ପର୍ଯ୍ୟଟନ ବିଭାଗ ପ୍ରଦାନ କରାଯାଇଥିଲା । ଏପରିକରି ରାଜଠାକରେ ଶିବସେନାକୁ କଟାକ୍ଷ କରିଥିଲେ । ତେବେ ଏମଏନଏସର ସ୍ୟାଡୋ କ୍ୟାବିନେଟ୍ ଫେଲ୍ ମାରିଥିଲା । କାରଣ ଗୋଟିଏ ହେଲେ ମିଟିଂ ଅନୁଷ୍ଠିତ ହୋଇନଥିଲା । ଏହାପରେ କରୋନା କାରଣରୁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।

   Related Posts