Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମରେ ମଞ୍ଚରେ ମିଳିଲାନି ସ୍ଥାନ, ରାଗରେ କାର୍ଯ୍ୟକ୍ରମ ଛାଡି ଚାଲିଗଲେ ଚାମ୍ପିଅନ

30/10/2021 at 6:44 PM

ନୂଆଦିଲ୍ଲୀ ୩୦।୧୦: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ହେଲେ ଆୟୋଜିତ କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଶାହାଙ୍କ କାର୍ଯ୍ୟକ୍ରମରେ ମଞ୍ଚ ନମିଳିବାରୁ ଅସନ୍ତୁଷ୍ଟ ହୋଇ ହରିଦ୍ଵାରର ଖାନପୁର ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିଅନ କାର୍ଯ୍ୟକ୍ରମ ଛାଡି ଚାଲି ଯାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଜଲିଗ୍ରାଣ୍ଟ ବିମାନ ବନ୍ଦରରେ ସ୍ଵାଗତ ତାଲିକାରେ ନାମ ନଥିବାରୁ କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟ ମଧ୍ୟ ଫେରି ଯାଇଥିଲେ। ଶାହାଙ୍କ ଏହି ଗସ୍ତ ଉତ୍ତରାଖଣ୍ଡ ନିର୍ବାଚନର ଶଙ୍ଖନାଦ କୁହାଯାଉଛି।

ବିମାନ ବନ୍ଦରରେ ପହଞ୍ଚିବା ପରେ ଶାହା ସିଧାସଳଖ ସହକାରିତା ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବନ୍ନୁ ସ୍କୁଲ ପରିସରରେ ପହଞ୍ଚିଥିଲେ। ହେଲେ ଏଠାରେ ମଞ୍ଚରେ ସ୍ଥାନ ନମିଳିବାରୁ ବିଧାୟକ ଚାମ୍ପିଅନ ଅସନ୍ତୁଷ୍ଟ ହୋଇ କାର୍ଯ୍ୟକ୍ରମ ଛାଡି ଚାଲି ଯାଇଛନ୍ତି। ସେ କହିଛନ୍ତି ଏହା ମୋ ପ୍ରତି ଅପମାନ।

ଅମିତ୍ ଶାହା ନିଜ ଭାଷଣରେ କଂଗ୍ରେସ ନେତା ହରିଶ ରାଓ୍ଵତଙ୍କୁ କଡା ପ୍ରହାର କରିଛନ୍ତି। ସେ କହିଛନ୍ତି, ହରିଶ ରାଓ୍ଵତ ନକଲି ମଦ ବିକି ଲୋକଙ୍କ ଜୀବନ ସହ ଖେଳିଛନ୍ତି। ଏହା ବ୍ୟତୀତ ସରକାରରେ ଥିବା ବେଳେ ଶୁକ୍ରବାର ନମାଜ ପାଇଁ ଛୁଟି ଘୋଷଣା କରି ତୃଷ୍ଟିକରଣ ରାଜନୀତି କରିଛନ୍ତି। କିନ୍ତୁ ଆମ ସରକାର ରାଜ୍ୟରେ ୮୫  ହଜାର କୋଟି ଟଙ୍କାର କାମ କରିଛନ୍ତି। କଂଗ୍ରେସ ନିଜର ୧୦ ବର୍ଷର ହିସାବ ଦେଉ ବୋଲି ଶାହା କହିଛନ୍ତି।

   Related Posts