CAA : କଂଗ୍ରେସକୁ ‘ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍’ କହି ସମାଲୋଚନା କଲେ ଅମିତ ଶାହ

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ସିଏଏ ପ୍ରସଙ୍ଗରେ ଦେଶରେ ଅପପ୍ରଚାର କରୁଥିବା ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି । କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରି ହିଂସାକାଣ୍ଡ ପାଇଁ ଉସୁକାଉଛି ବୋଲି ସେ ଅଭିଯୋଗ କରିବା ସହ ଏହି ଦଳକୁ ଶାସ୍ତି ଦେବାର ସମୟ ଆସିଥିବା ଶାହା କହିଛନ୍ତି।

କଂଗ୍ରେସକୁ ସେ ‘ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ’ ଭାବେ ସମାଲୋଚନା କରିଛନ୍ତି। ଏହା ଲୋକଙ୍କୁ ସିଏଏ ସମ୍ପର୍କରେ ମିଛ କଥା କହୁଛି ଓ ଦେଶରେ ଅଶାନ୍ତି ସୃଷ୍ଟି କରୁଛି । ସେହିପରି କେନ୍ଦ୍ର ସରକାର ଦିଲ୍ଲୀର ବିକାଶ କରାଉଥିବା ବେଳେ ଆପ୍ ସରକାର ଏହାକୁ ନିଜର ବୋଲି ଦର୍ଶାଉଥିବା ବୋଲି ଶାହା ଅଭିଯୋଗ କରିଛନ୍ତି । ଦିଲ୍ଲୀବାସୀ ଏହି ଦଳକୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଶାହ ଏକ ସାଧାରଣ ସଭାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.