Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଓ ନବୀନଙ୍କ ମାରାଥନ ନିର୍ବାଚନ ପ୍ରଚାରରେ କମ୍ପୁଚଛି ଓଡିଶା, ପରସ୍ପରର ଗୋହି ଖୋଳିବାରେ ଲାଗିଛନ୍ତି ନେତା

17/04/2019 at 7:22 PM

ଭୁବନେଶ୍ବର୧୭|୪: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରଚାର କରିଛନ୍ତି । ସେହିପରି ପାଟକୁରାରେ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସେପଟେ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଢେଙ୍କାନାଳରେ ପ୍ରଚାର କରିଥିବା ବେଳେ ସଂଧ୍ୟାରେ ନରସିଂହପୁରରେ ପ୍ରଚାର କରିଛନ୍ତି ।

ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । କଟକରେ ବିଜେଡି ଓ ବିଜେପି ହେବିୱେଟ୍ଙ୍କ ପାରାଲାଲ୍ ରୋଡ୍ ଶୋ । କଟକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ରୋଡ୍‌ ସୋ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଣିତ୍ ଶାହାଙ୍କ ବି ରୋଡ୍‌ ସୋ । ଏଥିପାଇଁ କଟକ ଆଜି କମ୍ପିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଠାକୁରମୁଣ୍ଡା ଏବଂ କେନ୍ଦୁଝର ପାଟଣାରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଆୟୋଜିତ ଦଳୀୟ ସଭାରେ ସାମିଲ ହୋଇ ନବୀନ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ୫ ବର୍ଷ ଭିତରେ କେନ୍ଦ୍ର ସରକାର କଣ କରିଛନ୍ତି, କେବଳ ନିର୍ବାଚନ ସମୟରେ କେନ୍ଦ୍ର ନେତା ଭୋଟ ପାଇଁ ଓଡିଶା ଆସୁଛନ୍ତି ବୋଲି ନବୀନ କହିଛନ୍ତି । ବର୍ଷକ ଭିତରେ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ଏବଂ କେନ୍ଦୁଝରର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଆଜି ମାରାଥନ୍ ପ୍ରଚାର କରିଛନ୍ତି । କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ବିଜେପି ସରକାର କଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ଶିଳ୍ପ ପ୍ରତିଷ୍ଠାନ ହେବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଏହାସହ ଓଡ଼ିଶାରେ ଅଟୋ ମୋବାଇଲ୍ କ୍ଲଷ୍ଟର ହେବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ପାଟକୁରା ସହ ବ୍ରହ୍ମଗିରି, ଢେଙ୍କାନାଳରେ ବି ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇଥିଲେ ଧର୍ମେନ୍ଦ୍ର ।

ସେହିଭଳି ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସି ଢେଙ୍କାନାଳ ଓ ନରସିଂହପୁରରେ ପ୍ରଚାର କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା । ଢେଙ୍କାନାଳ ମହିଶାପାଟରେ ଆୟୋଜିତ ସଭାରେ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ସରକାର ବଦଳାଇବାକୁ ନାରା ଦେଇଛନ୍ତି ।

   Related Posts