କରୋନାକୁ ମାତ୍ ଦେବା ପରେ ସଂସଦୀୟ ଅଧିବେଶନରେ ଯୋଗ ଦେବେ ଅମିତ ଶାହ

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯: କରୋନା ଭାଇରସରେ ସଂକ୍ରମିତ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ସୁଦ୍ଧା ମୌସୁମୀ ଅଧିବେଶନରେ ସାମିଲ ହୋଇ ନାହାନ୍ତି। ମାତ୍ର ଖୁବଶୀଘ୍ର ସେ ଗୃହରେ ୩ଟି ବିଲ ଉପସ୍ଥାପନ କରିବେ। ଏଥିରେ ବିଦେଶୀ ସଦସ୍ୟତା (ନିୟମାବଳୀ) ସଂଶୋଧନ  ବିଧେୟକ ୨୦୨୦ ସମେତ ଅନ୍ୟ ଦୁଇଟି ବିଲ୍ ସାମିଲ ଅଛି। କରୋନା ଭାଇରସକୁ ମାତ୍ ଦେବା ପରେ ମୌସୁମୀ ଅଧିବେଶନରେ ବିଲ ଉପସ୍ଥାପନ କରିବାର ଏହା ତାଙ୍କର ପ୍ରଥମ ଉପସ୍ଥିତି ହେବ।

ଅମିତ ଶାହ ତାଙ୍କର ଦୁଇ ଜଣ କନିଷ୍ଠ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଜି କିଶନ ରେଡ୍ଡିଙ୍କ ସହ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥିତ ହେବେ। ଗୃହର କାର୍ଯ୍ୟସୂଚୀ ଅନୁସାରେ ଅମିତ ଗୃହ ମନ୍ତ୍ରାଳୟ ପାଇଁ ଟେବୁଲ ଉପରେ ଏକ ଚିଠି ରଖିବେ।

ଏହା ବ୍ୟତୀତ ଶାହ ନ୍ୟାସନାଲ ଫରେନସିକ ସାଇନସେସ୍ ୟୁନିଭର୍ସିଟି ବିଲ ୨୦୨୦ ଓ ଜାତୀୟ ରକ୍ଷା ବିଶ୍ବବିଦ୍ୟାଳୟ ବିଧେୟକ ୨୦୨୦ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଶାହ ଗତକାଲି ସଂସଦର ଅଧିବେଶନରେ ଯୋଗ ଦେଇଥାନ୍ତେ। ମାତ୍ର କୌଣସି କାରଣବଶତଃ ସେ ସାମିଲ ହୋଇପାରିଲେ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.